ଅଚଳାବାସ୍ଥା ପରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ଝୁଲିଲା

ନୟାଗଡ/ନୂଆଗାଁ ,୯।୨(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିକ୍ରିଡା ପଞ୍ଚାୟତ ବଡବାରଣା ସରକାରୀ ପ୍ରାଥମିକ ବିଦ୍ୟାଳୟ କୃଷ୍ଣପ୍ରସାଦ-୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦୀର୍ଘ ୨ମାସ ହେଲା ଲାଗି ରହିଥିବା ଅଚଳାବସ୍ଥା ପରେ କେନ୍ଦ୍ରରେ ଗାଁ ଲୋକ ଗୁରୁବାର ତାଲା ପକାଇ ଦେଇଛନ୍ତି।
ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ପରେ ଘଟଣାର ତଦନ୍ତ ନ କରି ନୂଆଗାଁ ସିଡିପିଓ ଘଟଣାକୁ ସମାଧାନ କରିବାକୁ ଆସିବା ପରେ ଗାଁ ଲୋକ ଉତ୍ତେଜିତ ହୋଇ ଏହାର ପ୍ରତିବାଦ କରିଛନ୍ତି। ଅଙ୍ଗନୱାଡି କର୍ମୀଙ୍କୁ ବହିଷ୍କାର କରା ନ ଗଲେ କେନ୍ଦ୍ରରୁ ତାଲା ଖୋଲିବନି ବୋଲି ଗାଁ ଲୋକ ଚେତାବନୀ ଦେଇଛନ୍ତି।
ଶିଶୁଙ୍କୁ ଦିଆଯାଉଥିବା ସକାଳ ଜଳଖିଆରେ ମଲା ପିମ୍ପୁଡି ଓ ଜନ୍ଦା ବାହାରିବା ପରି ଅଭିଯୋଗ ହୋଇ ଆସୁଥିଲା । ସେହିପରି ଶିଶୁଙ୍କୁ କେନ୍ଦ୍ରରେ ମାରପିଟ୍‌ ଓ ଜାତିଆଣ ଆକ୍ଷେପ କରାଯାଉଥିବାର ଅଭିଯୋଗ ରହିଥିଲା। ପ୍ରତିବାଦ କଲେ ଅଭିଭାବକଙ୍କୁ ଗାଳିଗୁଲଜ ଓ ଜାତିଆଣ ଆକ୍ଷେପ କରାଯାଉଥିଲା। ଅଙ୍ଗନୱାଡି କର୍ମୀଙ୍କ ଔଦ୍ଧତ୍ୟ ନେଇ ଗାଁ ଲୋକ ଜିଲାପାଳ, ଜିଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ଏଭଳିସ୍ଥଳେ ଅଭିଭାବକମାନେ ଶିଶୁକୁ ଅଙ୍ଗନୱାଡି କେନ୍ଦ୍ରକୁ ନ ଛାଡି ୨ମାସ ହେଲା ପ୍ରତିବାଦ କରିଥିଲେ।
ଅଙ୍ଗନୱାଡି କର୍ମୀ ଓ ଗାଁ ଲୋକଙ୍କ ମଧ୍ୟରେ ବିବାଦ କାରଣରୁ କୃଷ୍ଣପ୍ରସାଦ ୨ ଅଙ୍ଗନୱାଡି କେନ୍ଦ୍ରରେ ୨ମାସ ହେଲା ଅଚଳାବସ୍ଥା ଦେଖା ଦେଇଥିଲା।
କୃଷ୍ଣପ୍ରସାଦ-୨ ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳପୁର, ବଡବାରଣା, ଅମେଇମୁହାଁ ଓ ଦୁମଦୁମାପଲି ଗ୍ରାମର ୧୩ ଜଣ ଶିଶୁ ପାଠ ପଢ଼ୁଛନ୍ତି। ଏଠାରେ ଅଙ୍ଗନୱାଡି କର୍ମୀ ରୋସାଲିନ ମହାନ୍ତି ଓ ସହାୟିକା ରୂପାଲି ଅପରାଜିତା ମହାନ୍ତି ନିଯୁକ୍ତି ପାଇଛନ୍ତି। ଏନେଇ ବଡବାରଣା ଗାଁର ସଭାପତି ସମୀର ମହାନ୍ତି କୁହନ୍ତି, ଶିଶୁମାନଙ୍କୁ ଶ୍ରେଣୀ ଗୃହରେ ଅଙ୍ଗନୱାଡି କର୍ମୀ ଠିକରେ ପାଠ ପଢ଼ାଉ ନ ଥିଲେ। ଶିଶୁଙ୍କୁ ଟିକେ ଟିକେ କଥାରେ ଗାଳିଗୁଲଜ ଓ ମାରପିଟ୍‌ କରନ୍ତି। ଅଭିଭାବକ ପ୍ରତିବାଦ କଲେ ତାଙ୍କୁ ଗାଳିଗୁଳଜ ଓ ଜାତିଆଣ ଆକ୍ଷେପ କରନ୍ତି। ଗାଁ ଲୋକ ଓ ଅଭିଭାବକଙ୍କର ଅଭିଯୋଗକୁ ଅଙ୍ଗନୱାଡି କର୍ମୀ ସବୁବେଳେ ଅଣଦେଖା କରନ୍ତି। ନିର୍ଯାତନା ବଢ଼ି ଚାଲିବା ପରେ ଗାଁଲୋକ ଜିଲାପାଳ, ଜିଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓଙ୍କୁ ଅଭିଯୋଗ ବାରମ୍ବାର କରି ସୁଫଳ ପାଇଲେ ନାହିଁ।
ଶେଷର ଗୁରୁବାର ସିଡିପିଓ ବିବାଦକୁ ସମାଧାନ କରିବାକୁ ଆସିଥିଲେ। ହେଲେ ଗାଁଲୋକ ସମାଧାନକୁ ଅରାଜି ହୋଇଥିଲେ। ଏପରିକି ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବହିଷ୍କାର ଦାବିକୁ ଅଡି ବସି ଅସଫଳ ହେବାରୁ ଗୁରୁବାର ଠାରୁ କେନ୍ଦ୍ରରେ ତାଲା ପକାଇଛନ୍ତି। ଗାଁଲୋକଙ୍କୁ ହଇରାଣ କରିବାକୁ ବାସନ୍ଦ ପରି ମିଥ୍ୟା ଅଭିଯୋଗ ଆଣି ଅଙ୍ଗନୱାଡି କର୍ମୀ ଗାଁ ଲୋକଙ୍କୁ ଭାଗ ଭାଗ କରି ବିବାଦକୁ ଭିନ୍ନ ରୂପ ଦେବାକୁ ଉଦ୍ୟମ କରୁଛନ୍ତି । ପୁଣି ଶାଶୁ ଶ୍ୱଶୁର ଓ ପୁଅ ବୋହୁ ମାରପିଟ୍‌ ଘଟଣାରେ ଶାଶୁ ଶ୍ୱଶୁରକୁ ଗାଁ ଲୋକ ସହଯୋଗ କରି ଅଙ୍ଗନୱାଡି କର୍ମୀଙ୍କୁ ବହିଷ୍କାର କରିବାକୁ ଲାଗି ପଡିଥିବା ଅଭିଯୋଗ ମଧ୍ୟ ମିଥ୍ୟା ବୋଲି କହି ନ୍ୟାୟ ମାଗିଛନ୍ତି।

ଅମେଇମୁହାଁ ଗାଁ ସମ୍ପାଦକ ଉପେନ୍ଦ୍ର ନାୟକ କୁହନ୍ତି,ଅଙ୍ଗନୱାଡି କର୍ମୀ ପାଠ ପଢ଼ାଇବା ବଦଳରେ ରାଜନୀତି କରୁଛନ୍ତି।
କେନ୍ଦ୍ରକୁ ପିଲେ ପାଠପଢ଼ି ଯିବେ ନାଁ କେବଳ ଖାଇବାକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି।
କେନ୍ଦ୍ରରେ ଜଳଖିଆ, ପାଠପଢ଼ାରେ ଅବ୍ୟବସ୍ଥା ବିରୋଧରେ ଗାଁଲୋକ ଏକାଠି ହୋଇ ନ୍ୟାୟ ମାଗିଛନ୍ତି।
ଅଙ୍ଗନୱାଡି କର୍ମୀ ରୋସାଲିନ ମହାନ୍ତି କୁହନ୍ତି, ଗତ ଡିସେମ୍ବର ୧୬ରେ ଆମ ପରିବାରରେ ଶାଶୁ ଶ୍ୱଶୁର ବନାମ ପୁଅ ବୋହୂଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା।
ଏହି ଘଟଣାରେ ଗାଁଲୋକ ମିଳିତ ହୋଇ ଶାଶୁ ଶ୍ୱଶୁରଙ୍କୁ ସହଯୋଗ କରି ମୋତେ ବହିଷ୍କାର କରିବାକୁ ଉଦ୍ୟମ କରିଛନ୍ତି।
ମୋ ନାଁରେ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ କରି ମୋତେ ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି। ପୁଣି ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ମୋତେ କାଢ଼ି ନିଜେ ପାଠ ପଢ଼ାଇବାକୁ ଗାଁ ଲୋକଙ୍କ ସହ ମିଶି ମୋତେ ହଇରାଣ କରୁଛି। ନିଜେ କେନ୍ଦ୍ରକୁ ଆସୁନାହାନ୍ତି କିନ୍ତୁ ମୁଁ କାମ ଠିକରେ କରୁନି ଅଭିଯୋଗ କରୁଛନ୍ତି। ବଡବେରଣା କେନ୍ଦ୍ରକୁ ୫ଜଣ ଶିଶୁ ଆସୁଥିବାବେଳେ ୪ଜଣକୁ ଗାଁ ଲୋକ ବନ୍ଦ କରିଦେଲେ। କେବଳ ଜଣେ ଶିଶୁଙ୍କୁ ନେଇ ମୁଁ ପ୍ରତିଦିନ ଡ୍ୟୁଟି କରୁଛି। ଅନ୍ୟପକ୍ଷେ ଅମେଇମୁହାଁ ଗାଁରେ ପଡାପୃଷ୍ଟି ଯୋଜନାରେ ୬ ଶିଶୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ପାରିବାରିକ ବିବାଦକୁ କେନ୍ଦ୍ରରେ ନ ଶୁଣିବାକୁ ମୋ ପରାମର୍ଶକୁ ଗାଁଲୋକ ମାନୁ ନାହାନ୍ତି।
ମୁଁ ନ୍ୟାୟରେ ଥିବାବେଳେ ଡ୍ୟୁଟି ଠିକରେ କରୁଥିବାରୁ ସବୁ ପ୍ରକାରର ତଦନ୍ତକୁ ସ୍ବାଗତ କରୁଛି ବୋଲି କହିଥିଲେ।
ଅନ୍ୟପକ୍ଷେ କାନ୍ଦି କାନ୍ଦି କହିଛନ୍ତି ଗାଁଲୋକ ମୋତେ ଓ ମୋ ପରିବାରକୁ ବାସନ୍ଦ କରିଛନ୍ତି। ମୋ ଶିଶୁକନ୍ୟାକୁ ଅଙ୍ଗନୱାଡି କେନ୍ଦ୍ରରେ ବିଷ ଦେଇ ମାରି ଦେବାକୁ ଓ ମିଥ୍ୟା ମୋକଦ୍ଦମାରେ ଫସାଇ ଜେଲ ପଠାଇ ଦେବାକୁ ଧମକ ଦେଇଥିବା କହିଛନ୍ତି। ନୂଆଗାଁ ସିିଡିପିଓ ଶୁଭ୍ରକେଶୀ ମଲ୍ଲିକ କୁହନ୍ତି, ଗାଁଲୋକ ଓ ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦକୁ ସମାଧାନ କରିବାକୁ ମୁଁ ଓ ନୂଅଗାଁ ସେକ୍ସନ ସୁପରଭାଇଜର ଗୁରୁବାର କେନ୍ଦ୍ରକୁ ଯାଇଥିଲୁ। କେନ୍ଦ୍ର ବାରଣ୍ଡାରେ ଆଲୋଚନା ହୋଇଥିଲା।
ହେଲେ କିଛି ନିର୍ଯାସ ବାହାରିଲାନି। ଗାଁଲୋକ ଅଙ୍ଗନୱାଡି କର୍ମୀଙ୍କ ବହିଷ୍କାର ଦାବି କରୁଥିବା ବେଳେ ତାହା ମୋ କ୍ଷମତା ବାହାରେ ଅଟେ। ମୁଁ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବି ବୋଲି କହିଛନ୍ତି। ଜିଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କଅଁର କୁହନ୍ତି, ଘଟଣାର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri