ଅନ୍ତରଙ୍ଗ ଫଟୋ ଭାଇରାଲ ପରେ, ଏହି ଅଭିନେତ୍ରୀଙ୍କ ପୂର୍ବତନ ପ୍ରେମିକ ଆସିଥିଲେ ସନ୍ଦେହ ଘେରକୁ…

ସାଉଥ ତଥା ବଲିଉଡ ତାରକା କମଲ ହାସନଙ୍କ ଝିଅ ଅକ୍ଷରା ସାଉଥ ସିନେମାରେ କାମ କରିବା ସହିତ ‘ଶମିତାଭ’ ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି। ବୃତ୍ତିଗତ ଜୀବନ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଥରେ ସେ ସାଇବର ଅପରାଧର ଶିକାର ହୋଇଥିଲେ। ତାଙ୍କର ବ୍ୟକ୍ତିଗତ ଫଟୋ ଇଣ୍ଟରନେଟରେ ଲିକ ହୋଇଥିଲା।
ବାସ୍ତବରେ, ଅକ୍ଷରାଙ୍କ ବ୍ୟକ୍ତିଗତ ଫଟୋ ଲିକ ହେବା ଘଟଣା ତିନି ବର୍ଷର। ୨୦୧୮ରେ ତାଙ୍କର କିଛି ଅନ୍ତରଙ୍ଗ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ଦେଖିବା ପରେ ସମଗ୍ର ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଅକ୍ଷରାଙ୍କ ବ୍ୟକ୍ତିଗତ ଫଟୋ ଲିକ ହେବା ପରେ ତାଙ୍କ ପୂର୍ବତନ ପ୍ରେମିକ ତନୁଜ ଭରଓ୍ବାନୀ ସନ୍ଦେହରେ ଆସିଥିଲେ। କୁହାଯାଏ ଯେ, ଉଭୟେ ୨୦୧୩ରେ ଡେଟ କରୁଥିଲେ। ସେହି ସମୟ ମଧ୍ୟରେ ଅଭିନେତ୍ରୀ ତାଙ୍କ ସହିତ ତାଙ୍କର ଅନ୍ତରଙ୍ଗ ଫଟୋ ଶେୟାର କରିଥିଲେ । ତେବେ ତନୁଜ କହିଥିଲେ ଯେ, ‘ତାଙ୍କର ଅକ୍ଷରାଙ୍କ ସହ ଏପରି କିଛି ଫଟୋ ନାହିଁ। ଏସବୁ କିପରି ଘଟିଲା ସେ ବିଷୟରେ ସେ ଜାଣନ୍ତି ନାହିଁ। କେତେକ ଗଣମାଧ୍ୟମରେ କୁହାଯାଇଥିଲା ଯେ, ‘ତନୁଜ ସ୍ବୀକାର କରିଥିଲେ, ଅକ୍ଷରା ତାଙ୍କ ସହ ଫଟୋ ଶେୟାର କରିଥିଲେ, କିନ୍ତୁ ସେ ଏହାକୁ ଡିଲିଟ କରିଦେଇଥିଲେ।’ କିନ୍ତୁ ଏହି ଘଟଣା ଅକ୍ଷରାଙ୍କୁ ବହୁତ ଡରାଇ ଦେଇଥିଲା।

Share