Categories: ଜାତୀୟ

କୋଲକାତା ବଳାତ୍କାର-ହତ୍ୟା ଘଟଣା ପରେ ରାଜଭବନ ଗଲେ ମମତା, ହେଲେ ପାଣି ପିଇବାକୁ ନ ପାଇ…

କୋଲକାତା,୧୬।୮: ରାଜ ଭବନରେ ହିଂସାକାଣ୍ଡ ଘଟଣାର ଅଭିଯୋଗ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ସେ ଏକାକୀ ରାଜ ଭବନକୁ ଯିବେ ନାହିଁ। କୋଲକାତାର ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ବିରୋଧରେ ପଶ୍ଚିମବଙ୍ଗ ଉଠୁଛିପଡୁଛି। ସ୍ବାଧୀନତା ଦିବସରେ ମମତା ରାଜ୍ୟପାଳଙ୍କ ନିମନ୍ତ୍ରଣ କ୍ରମେ ରାଜ ଭବନ ଯାଇଥିଲେ। କିନ୍ତୁ ସେ ଏକୁଟିଆ ନୁହନ୍ତି ଟିଏମସି ଦଳ ସହ ମିଶି ରାଜଭବନ ଯାଇଥିଲେ। ହେଲେ ସେଠାରେ ସେ ପାଣି ଟୋପେ ପିଇ ନ ଥିଲେ। କେବଳ ପାଣି ନୁହେଁ ସେ ଖାଦ୍ୟ ସୁଦ୍ଧା ମଧ୍ୟ ସ୍ପର୍ଶ୍ଚ କରି ନ ଥିଲେ। ବାହାରକୁ ଆସିବା ପରେ ମମତା କହିଛନ୍ତି, ମୁଁ ସେଠାରେ ଗୋଟିଏ ବୁନ୍ଦା ପାଣି ପିଇ ନ ଥିଲି।

ମମତା କହିଛନ୍ତି ଯେ, ଏକୁଟିଆ ଆସିବାରେ ଅସୁବିଧା ଥିଲା। ତେଣୁ ୧୦-୧୨ ଜଣିଆ ଟିମ୍‌ ସହ ଆସିଥିଲି। କୋଲକାତା ମେୟର ତଥା ମନ୍ତ୍ରୀ ଫିରହାଦ ହାକିମ ଏବଂ କୋଲକାତା ପୋଲିସ କମିଶନର ଭିନେଟ ଗୋୟଲ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ ଭବନକୁ ଯାଇଥିଲେ। ମୁଖ୍ୟ ଶାସନ ସଚିବ ବିପି ଗୋପାଳିକ, ଗୃହ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀ, ପୋଲିସର ରାଜ୍ୟ ମହାନିର୍ଦ୍ଦେଶକ ରାଜୀବ କୁମାର, ପୂର୍ବତନ ମୁଖ୍ୟ ଶାସନ ସଚିବ ହରିକୃଷ୍ଣ ଦ୍ୱିବେଦୀ, ମୁଖ୍ୟମନ୍ତ୍ରୀ ଆଲାପନ ବାନାର୍ଜୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ।

ସ୍ବାଧୀନତା ଦିବସରେ ରାଜଭବନରେ ଏକ ଚା ଭୋଜି ଦିଆଯାଇଥିଲା। ଯାହାକୁ ନେଇ ମମତା ସେଠାରେ ପହଞ୍ଚିଥିଲେ। ରାଜଭବନରେ ପହଞ୍ଚିବା ପରେ ମମତା ତାଙ୍କ ପରିଚିତମାନଙ୍କ ସହ କଥା ହେବା ଆରମ୍ଭ କଲେ। ଏହା ପରେ ବାରଣ୍ଡାରେ ଏକ ଚେୟାର ପକାଇ ବସି ରହିଥିଲେ। ସେଠାରେ ବସିଥିବାବେଳେ ରାଜ୍ୟପାଳଙ୍କ ପତ୍ନୀ ତାଙ୍କୁ ଭେଟିଥିଲେ। ତେବେ ନମସ୍କାର ଏବଂ ‘ଶୁଭ ସ୍ବାଧୀନତା ଦିବସ’ ବ୍ୟତୀତ ଉଭୟଙ୍କ ମଧ୍ୟରେ କୌଣସି ଶବ୍ଦ ବିନିମୟ ହୋଇ ନ ଥିଲା।

Share