କଣ୍ଟିପାଳ,୫ା୮(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର ଚମର୍ଦା ଗାଁର ‘କର୍ଦ୍ଦମାକ୍ତ ରାସ୍ତାରେ ପିଲାମାନେ ସ୍କୁଲ ଯିବା’ ଶୀର୍ଷକ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଏହି କର୍ଦ୍ଦମାକ୍ତ ରାସ୍ତାରେ ବଜୁରୀ ଗୁଣ୍ଡ ପକାଯାଇ ଅସ୍ଥାୟୀ ଭାବେ ମରାମତି କରାଯାଇଛି। ଏହାଦ୍ୱାରା ଯାତାୟାତ ସ୍ବାଭାବିକ ନ ଥିବା ସତ୍ତ୍ୱେ କେତେକାଂଶରେ ସ୍କୁଲ ପିଲାମାନେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି। ତେବେ ସମ୍ପୃକ୍ତ ଗ୍ରାମର ସ୍କୁଲ ପିଲାଙ୍କ ସହିତ ସାଧାରଣ ଯାତାୟାତକୁ ସ୍ବାଭାବିକ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଲଗାଣ ବର୍ଷା ପ୍ରଭାବରେ ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର ଚମର୍ଦା ଗାଁର ଏହି ମୁଖ୍ୟ ରାସ୍ତାଟି କର୍ଦ୍ଦମାକ୍ତ ହୋଇପଡ଼ିଥିଲା। ଏହି ଗାଁ ରାସ୍ତାଟି ବଳଦୁଆଁରୁ କଣ୍ଟିପାଳ ଭାୟା ବଡ଼ବେଡ଼ା ଦେଇ କାଠକଟା ପଞ୍ଚାୟତକୁ ସଂଯୋଗ କରିଥିବାରୁ ଦୈନିକ ଏହି ରାସ୍ତା ଉପରେ ବହୁ ସଂଖ୍ୟାରେ ଲୋକ ନିର୍ଭର କରୁଥିଲେ। ବିଶେଷ କରି ସ୍କୁଲ, କଲେଜକୁ ଯିବା ପାଇଁ ଗ୍ରାମ ପିଲାମାନେ ଏହି ରାସ୍ତା ଉପରେ ନିର୍ଭର କରିଆସୁଛନ୍ତି। ଏହି ରାସ୍ତାଟି ଅଦ୍ୟାବଧି ମାଟି ରାସ୍ତା ହୋଇ ରହିଥିବାରୁ ସାମାନ୍ୟ ବର୍ଷାରେ ଏହାର ବେହାଲ ପରିସ୍ଥିତି ସୃଷ୍ଟି ହୋଇ କୁନି କୁନି ପିଲା ସ୍କୁଲ ଯିବା ସମୟରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି।