ମାଲକାନଗିରି,୩୦।୪ (ଡି.ଏନ୍.ଏ.): ମାଲକାନଗିରି ଜିଲା ସଦର ବ୍ଲକ ଗୋରାଖଣ୍ଟା ୫-ଟି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ୧୧୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ କରାଯାଇଛି। ଏହି ଛାତ୍ରାବାସରେ ଜିଲାର ବିଭିନ୍ନ ଅଞ୍ଚଳରୁ ୧୦୦ ଜଣ ଅନୁସୂଚିତ ଜନଜାତି ଓ ୧୦ ଅନୁସୂୂଚିତ ଜାତି ଛାତ୍ରମାନେ ଛାତ୍ରାବାସରେ ରହି ଅଧ୍ୟୟନ କରୁଛନ୍ତି। ମାତ୍ର ସେହି ଛାତ୍ରାବାସରେ ପାନୀୟ ଜଳ ସମସ୍ୟା ରହିଥିଲା। ଏନେଇ ଛାତ୍ରମାନେ ଅଭିଯୋଗ କରିବା ପରେ ପାନୀୟ ଜଳ ସମସ୍ୟା ଦୂର ହୋଇଛି। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପରେ ଜିଲା ପ୍ରଶାସନ ଛାତ୍ରାବାସ ପରିସରରେ ନଳକୂପ ଖନନ ସହ ଏକ ଥଣ୍ଡା ପାନୀୟ ଜଳ ଯନ୍ତ୍ର ସ୍ଥାପନ କରିଛି। ଗ୍ରୀଷ୍ମ ଅବକାଶ ପରେ ଜଳ ସମସ୍ୟା ରହିବ ନାହିଁ ବୋଲି ଶିକ୍ଷକମାନେ କହିଛନ୍ତି।