ଖବର ପ୍ରକାଶ ପରେ ଶିଶୁକନ୍ୟାଙ୍କ ଘରେ ପହଞ୍ଚତ୍ଲେ ବିଡିଓ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ

ପଡିଆ, ୮ା୬(ଡି.ଏନ୍‌.ଏ.): ‘ଅଜଣା ରୋଗରେ ଛଟପଟ ଶିଶୁକନ୍ୟା’ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପଡିଆ ବିଡିଓ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଶିଶୁକନ୍ୟାଙ୍କ ଘରେ ପହଞ୍ଚତ୍ ସହାୟତା ଦେଇଛନ୍ତି। ଶିଶୁକନ୍ୟାର ଚିକିତ୍ସା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଖବରରୁ ଜଣାପଡିଛି, ମାଲକାନଗିରି ଜିଲା ପଡିଆ ବ୍ଲକ ବାଚେଲବାଡା ଗ୍ରାମର ସୁକା ମାଡିଙ୍କ ସାନଝିଅ ବିରେଙ୍କ ବେକ ପଛରେ ଏକ ମାଂସ ପିଣ୍ଡୁଳା ବାହାରି ବଢିବାକୁ ଲାଗିଥିଲା। ଏଥିପାଇଁ ସେ ଖୁବ୍‌ ଯନ୍ତ୍ରଣା ଅନୁଭବ କରୁଥିଲେ। ଅଧିକ ଚିକିତ୍ସା ଲାଗି ପରିବାର ଲୋକଙ୍କ ପାଖରେ ଅର୍ଥ ନ ଥିଲା। ସୁକା ଝିଅକୁ ପ୍ରଥମେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଜିଲା ସଦର ମହକୁମା ଚିକିତ୍ସାଳୟରେ ଚିକିତ୍ସା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ସେ ଝିଅକୁ ଆନ୍ଧ୍ରପ୍ରଦେଶର ଭଦ୍ରାଚଲମକୁ ନେଇ ମଧ୍ୟ ଚିକିତ୍ସା କରିଥିଲେ। ପାଖରେ ଥିବା ସବୁ ଅର୍ଥ ଖର୍ଚ୍ଚ ହୋଇଯିବାରୁ ଶେଷରେ ସେ ଆଉ ଝିଅର ଚିକିତ୍ସା କରି ନ ପାରି ତାକୁ ଘରକୁ ଧରି ଫେରି ଆସିଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିରେଙ୍କ ଚିକିତ୍ସା ଲାଗି ପ୍ରଶାସନ ପଦକ୍ଷେପ ନେଇ କଟକ ଶିଶୁଭବନରେ ତାଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲା।

Share