Categories: ଜାତୀୟ

ହସ୍ପିଟାଲ ଲିପ୍ଟରେ ଦେଢ ଦିନ ଫସି ରହିଲେ ରୋଗୀ, ଆକ୍ସନ ନେଲା ସ୍ବାସ୍ଥ୍ୟ ବିଭାଗ

ଥିରୁଭାନନ୍ତପୁରମ,୧୬।୭: କେରଳ ତିରୁଭାନନ୍ତପୁରମ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଲିଫ୍ଟରେ ଜଣେ ରୋଗୀ ଅଟକି ରହିବା ପରେ କେରଳ ସ୍ବାସ୍ଥ୍ୟ ବିଭାଗ ବର୍ତ୍ତମାନ ବଡ ପଦକ୍ଷେପ ନେଇଛି। ବିଭାଗ ସୋମବାର ହସ୍ପିଟାଲର ତିନିଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି।

ନିଲମ୍ବିତ ହୋଇଥିବା ତିନିଜଣ କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ଲିଫ୍ଟ ଅପରେଟର ଏବଂ ଡାକ୍ତରଖାନାର ଡ୍ୟୁଟି ସର୍ଜେଣ୍ଟ ଅଛନ୍ତି। ରୋଗୀ ଜଣକ ଉଲ୍ଲୁରର ରେବିନ୍ଦ୍ରନ ନାୟାର ବୋଲି ଚିହ୍ନଟ କରାଯାଇଛି। ଶନିବାର ଥିରୁଭାନନ୍ତପୁରମ ମେଡିକାଲ କଲେଜରେ ଜଣେ ରୋଗୀ ଲିଫ୍ଟରେ ଅଟକି ରହିଥିବା ବେଳେ ସୋମବାର ସକାଳ ୬ଟାରେ ତାଙ୍କୁ ଉଦ୍ଧାର କରାଯାଇଥିଲା।
ଦେଢ ଦିନରୁ ଅଧିକ ସମୟ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା, ତେବେ ଥିରୁଭାନନ୍ତପୁରମ ମେଡିକାଲ କଲେଜର ଓପି ବ୍ଲକରେ ଜଣେ ରୋଗୀ ଲିଫ୍ଟରେ ଫସି ରହିଥିବାର କଥା ଡାକ୍ତରଖାନାରେ କେହି ଜାଣି ନ ଥିଲେ ବୋଲି କୁହାଯାଉଛି।

Share