Posted inଜାତୀୟ

ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ତିରୁପତି,୨୮।୧୦: ତିରୁପତିସ୍ଥିତ ଇସ୍କନ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ରବିବାର ଇମେଲ ମାଧ୍ୟମରେ ଏହି ଧମକ ଗ୍ରହଣ କରାଯାଇଥିଲା। ମନ୍ଦିର ପ୍ରଶାସନ ପୋଲିସ ନିକଟରେ ଏ ନେଇ ଅଭିଯୋଗ କରିଛି। ଅଭିଯୋଗରେ ଦର୍ଶାଯାଇଛି ଯେ ଆଇଏସଆଇଏସ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବେ ବୋଲି ଧମକ ଦିଆଯାଇଛି।
ସୂଚନା ପାଇବା ମାତ୍ରେ ତିରୁପତି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ଦିରରେ ତଲାସି ଅଭିଯାନ ଆରମ୍ଭ କରିଥିଲା। ବିସ୍ଫୋରକ ସାମଗ୍ରୀର ତଦନ୍ତ ପାଇଁ ସ୍ଥାନୀୟ ପୋଲିସ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ଏବଂ ଡଗ ସ୍କ୍ବାଡକୁ ମଧ୍ୟ ଡକା ଯାଇଥିଲା। ତେବେ ମନ୍ଦିର ପରିସରରୁ କୌଣସି ବିସ୍ଫୋରକ କିମ୍ବା ଅନ୍ୟ କୌଣସି ଆପତ୍ତିଜନକ ଜିନିଷ ଉଦ୍ଧାର କରାଯାଇ ନାହିଁ।

ସର୍କଲ ଇନ୍ସପେକ୍ଟର ଶ୍ରୀନିବାସୁଲୁ କହିଛନ୍ତି ଯେ ଯେଉଁମାନେ ଏହି ଧମକ ଦେଇଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ଆବଶ୍ୟକ ପ୍ରୟାସ କରାଯାଉଛି। ଏହା ଏକ ନକଲି ମେଲ ବୋଲି ପୋଲିସ ସନ୍ଦେହ କରୁଛି। ଗତ ତିନି ଦିନ ମଧ୍ୟରେ ତିରୁପତି ମନ୍ଦିରକୁ ମିଳିଥିବା ଏହା ଚତୁର୍ଥ ନକଲି ମେଲ। ପୂର୍ବରୁ ଏକ ଇମେଲରେ ମଧ୍ୟ ମନ୍ଦିରକୁ ବୋମା ଫିଙ୍ଗିବାର ଆଶଙ୍କା ରହିଥିଲା।
ଏହାପୂର୍ବରୁ ଶନିବାର ଦୁଇଟି ହୋଟେଲରେ ମଧ୍ୟ ବୋମା ଧମକ ମିଳିଥିଲା, ଯାହା ପରେ ଜାଲ ହୋଇଥଲା। ଏହି ଘଟଣା ପୂର୍ବରୁ ମଧ୍ୟ ସହରର ଅନ୍ୟ ତିନୋଟି ହୋଟେଲରେ ବୋମା ଧମକ ଦିଆଯାଇଥିଲା। ଲଗାତାର ଧମକ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।
ମନ୍ଦିର ପ୍ରଶାସନକୁ ପଠାଯାଇଥିବା ଏହି ନୂଆ ଧମକରେ ଡ୍ରଗ୍ସ ଚୋରା ଚାଲାଣ ନେଟୱାର୍କ ନେତା ଜାଫର ସାଦିକଙ୍କୁ ଉଲ୍ଲେଖ କରାଯାଇଛି, ଯିଏକି ତାମିଲନାଡୁର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଦ୍ୱାରା ଗିରଫ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ପପୁ ଯାଦବଙ୍କୁ ହତ୍ୟା ଧମକ

ପାଟନା,୨୮।୧୦: ବିହାର ପୁର୍ନିଆର ସ୍ବାଧିନ ଏମପି ପପୁ ଯାଦବଙ୍କୁ ହତ୍ୟା ଧମକ ଦିଆଯାଇଛି। ଏମପି ଏହାର ଅଡିଓ ରେକର୍ଡିଂ ମଧ୍ୟ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ...

‘ହିଜାବ ନ ପିନ୍ଧିବାରୁ ହେଉଛି ବଳାତ୍କାର, କୋଲକାତାରେ ତ…,’ JMI ଛାତ୍ରୀଙ୍କ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ସ୍ଥିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଅଭିଯୋଗ ହୋଇଛି ଯେ ଜଣେ ଛାତ୍ରୀଙ୍କ ଉପରେ ଇସଲାମ ଧର୍ମ...

ମୋଦିଙ୍କ ରୋଡ ଶୋ’ରେ ସାମିଲ ହେଲେ ସ୍ପେନ ପ୍ରଧାନମନ୍ତ୍ରୀ

ଭଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ରାଜ୍ୟ ତଥା ଦେଶକୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ଦେବେ।...

ଦୁନିଆ ଦେଖିବ ଟାଟାର ଦମ୍‌, ରତନ ଟାଟାଙ୍କୁ ମନେ ପକାଇ ମୋଦି କହିଲେ…

ନୂଆଦିଲ୍ଲୀ,୨୮ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ମିଳିତ ଭାବେ ଭଦୋଦରାସ୍ଥିତ ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ୍‌ (TASL) କ୍ୟାମ୍ପସ୍‌ରେ C-295...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri