ମୃତଦେହ ସତ୍କାର ପରେ ମୃତକଙ୍କ ମିଳିଲା ପରିଚୟ ପରେ…

ଅନୁଗୋଳ,୨୫।୯(ମାନସ ବିଶ୍ୱାଳ): ଅଜଣା ବୋଲି ୫ ଦିନ ଧରି ଶବାଗାରରେ ସଂରକ୍ଷିତ ଥିଲା ମୃତଦେହ। କେହି ଦାବିଦାର ନ ଆସିବାରୁ ଶେଷରେ ମଙ୍ଗଳବାର ପୋଲିସ ପକ୍ଷରୁ ସ୍ବେଚ୍ଛାସେବୀଙ୍କ ସହାୟତାରେ ମୃତଦେହକୁ ପୋତାଯାଇଥିଲା। ତେବେ ଏ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରାଯିବାର ମାତ୍ର ୨୦ ମିନିଟ୍‌ ଭିତିରେ ମୃତଦେହର ଦାବିଦାର ମିଳିଯାଇଥିଲେ। ଏଥିସହ ଜଣାପଡ଼ିଯାଇଥିଲା ମୃତକଙ୍କ ପରିଚୟ। ମୃତକ ହେଲେ ଅନୁଗୋଳ ଜିଲା ଆଙ୍କୁଲା ଗ୍ରାମର ପ୍ରଳୟ ଗୋଛାୟତ (୬୫)।
ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଅନୁଗୋଳ ସହରସ୍ଥିତ ଏକ ନାଳ ପାର୍ଶ୍ୱରେ ଜଣେ ବୃଦ୍ଧ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ତାଙ୍କୁ ସେଠାରୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିଚୟ ନ ମିଳିବାରୁ ପୋଲିସ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ରଖାଯାଇଥିଲା। ସେଠାରେ ୫ ଦିନ ଧରି ରଖାଯିବା ପରେ ମଧ୍ୟ କେହି ଦାବିଦାର ନ ଆସିବାରୁ ଶେଷରେ ପୋଲିସ ‘ଶବର ଶେଷ ସାଥୀ’ ସ୍ବେଚ୍ଛାସେବୀ ଅନୁଷ୍ଠାନର ଚିନ୍ମୟୀ ଦାସ ଓ ସୁଧାକର ସାହୁଙ୍କୁ ମୃତଦେହ ସତ୍କାର ପାଇଁ ଖବର ଦେଇଥିଲା। ସ୍ବେଚ୍ଛାସେବୀମାନେ ମୃତଦେହକୁ ପୋତି ଦେଇଥିଲେ। ହେଲେ ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରାଯିବାର ୨୦ ମିନିଟ୍‌ ଭିତରେ ମୃତକଙ୍କ ପରିଚୟ ମିଳିବା ସହ ଦାବିଦାରମାନେ ଆଗକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସଆପ୍‌ରେ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଇ ନିଲମ୍ବିତ ହେଲେ ପ୍ରାଧ୍ୟାପକ

ପଦ୍ମପୁର,୨୧।୧୨(ପ୍ରଦୀପ୍ତ ଦାଶ): ହ୍ବାଟ୍ସଆପ୍‌ ମାଧ୍ୟମରେ ଅଶ୍ଳୀଳ ମେସେଜ୍‌ ପଠାଇବା ଜଣେ ପ୍ରାଧ୍ୟାପକଙ୍କୁ ମହଙ୍ଗା ପଡ଼ିଛି। ଏପରି ଏକ ଅଶୋଭନୀୟ ଘଟଣା ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳ...

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଏମ୍‌ ଡିଆଇସି

ସୋନପୁର,୨୧।୧୨(ମୃତ୍ୟୁଞ୍ଜୟ ଶତପଥୀ): ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ(ପିଏମ୍‌ଇଜିପି)ରେ ଋଣ ଆବେଦନକୁ ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ବେଳେ ଶନିବାର ସୁବର୍ଣ୍ଣପୁର ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ(ଜିଏମ୍‌...

ଶୁଝିପାରିଲେନି ଲୋନ୍‌, ଘର ସିଲ୍‌ କଲା ବ୍ୟାଙ୍କ

ହିଞ୍ଜିଳିକାଟୁ,୨୧ା୧୨: ବ୍ୟାଙ୍କରୁ ଘର ବନ୍ଧକ ରଖି ଆଣିଥିଲେ ଋଣ। ବ୍ୟାଙ୍କର ବାରମ୍ବାର ସୂଚନା ସତ୍ତ୍ବେ ଦୀର୍ଘଦିନ ଧରି ଋଣ ଟଙ୍କା ଶୁଝି ନ’ପାରିବାରୁ ଋଣଖିଲାପକାରୀଙ୍କ ଘରକୁ...

କାଲିଠୁ କମିବ ବର୍ଷା

ଭୁବନେଶ୍ୱର,୨୧।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ରବିବାରଠାରୁ ବର୍ଷାର ପରିମାଣ କମିବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର...

ଦୁର୍ବଳ ହେଉଛି ଅବପାତ, ଖୋର୍ଦ୍ଧାରେ ସବୁଠୁ ଅଧିକ ବର୍ଷା

ଖୋର୍ଦ୍ଧା,୨୧ା୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହି ଅବପାତଟି ଆସନ୍ତା ୧୨ ଘଣ୍ଟା ଭିତରେ ଦୁର୍ବଳ ହେବା ନେଇ ଭୁବନେଶ୍ୱର...

ଟ୍ରଲର ଡ୍ରାଇଭର, ମତ୍ସ୍ୟଜୀବୀଙ୍କ ଘରୁ ହଟୁନି ଭିଏଚ୍‌ଏଫ୍‌ ଟାୱାର

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କଇଁଛଙ୍କ ପାଇଁ...

ଇକୋ ରିଟ୍ରିଟ୍‌ରେ ଖୋଲିଲା କ୍ଷୁଦ୍ରଦାନା ଶସ୍ୟର ଷ୍ଟଲ୍‌, ପର୍ଯ୍ୟଟକଙ୍କୁ ମିଳିବ ମାଣ୍ଡିଆ-କାଙ୍ଗୁ

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ସରକାରଙ୍କ ଶ୍ରୀଅନ୍ନ ଅଭିଯାନରେ ପର୍ଯ୍ୟଟକଙ୍କୁ ଏବେ ହାତ ପାହାନ୍ତାରେ ମିଳିବ କ୍ଷୁଦ୍ରଦାନା ଶସ୍ୟରେ ପ୍ରସ୍ତୁତି ସମସ୍ତ ପ୍ରକାର ଖାଦ୍ୟ। ଏହାକୁ ସରକାରଙ୍କ ଶ୍ରୀଅନ୍ନ...

ରୋଡ୍‌ ରୋମିଓଙ୍କ ବେପରୁଆ ଗାଡ଼ିଚାଳନା: ବଢୁଛି ଦୁର୍ଘଟଣା, ସାବାଡ୍‌ ପାଇଁ ନିଆଯିବ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସୁଛନ୍ତି। ତେବେ କଫି ବଗିଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri