Categories: ଜାତୀୟ

ଭାରତ ମଣ୍ଡପମ୍‌ରେ ପହଞ୍ଚିଲେ ରାଷ୍ଟ୍ରପତି, ଆଉ କିଛି ସମୟ ପରେ ଆରମ୍ଭ ହେବ ଡିନର ପ୍ରୋଗ୍ରାମ

ନୂଆଦିଲ୍ଲୀ,୯ା୯: ଜି -୨୦ ଶିଖର ସମ୍ମିଳନୀରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ପ୍ରସ୍ତାବ ଉପରେ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶ ନେତାଙ୍କ ଘୋଷଣାରେ ସହମତ ହୋଇଛନ୍ତି। ଏହା ଭାରତ ପାଇଁ ଏକ ପ୍ରମୁଖ କୂଟନୈତିକ ସଫଳତା ଭାବରେ ବିବେଚନା କରାଯାଉଛି। ଜି-୨୦ ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ଶେଷ ହୋଇଛି। ଏହା ପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାର ଗୁରୁତ୍ୱପୂର୍ଣ୍ଣ ବିଷୟ ଶେୟାର କରିଛନ୍ତି।

ଜି -୨୦ଶିଖର ସମ୍ମିଳନୀ ଶେର୍‌ପା ଅମିତାଭ କାଣ୍ଟ କହିଛନ୍ତି, ଏହି ଘୋଷଣାପତ୍ରରେ ସମସ୍ତ ୨୦ଟି ଦେଶ ଶତପ୍ରତିଶତ ସହମତ ହୋଇଛନ୍ତି। ‘ଦ ଓ୍ବାଲର୍‌ଡ’ର ସମାପ୍ତି ପରେ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଜାପାନର ପ୍ରଧାନମନ୍ତ୍ରୀ କିଶିଡୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ  ଅନ୍ୟ ଦେଶର ମୁଖ୍ୟମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଇତିମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତ ମଣ୍ଡପରେ ପହଞ୍ଚିସାରିଛନ୍ତି। ଆଉ କିଛି ସମୟ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରି ଭୋଜନରେ ସମସ୍ତ ବିଦେଶୀ ଅତିଥି ଯୋଗଦେବେ। ଏଥିରେ ମ୍ୟୁଜିକାଲ ପ୍ରୋଗ୍ରାମ ମଧ୍ୟ ରହିଛି।

Share