Categories: ଜାତୀୟ

ପ୍ରଧାନମନ୍ତ୍ରୀ ଫେରିବା ପରେ ଫୁଲକୁଣ୍ଡ ବୋହି ନେଲେ ଲୋକେ, ପୋଲିସ ସାଜିଲେ ନୀରବ ଦ୍ରଷ୍ଟା, ଭିଡିଓ ଭାଇରାଲ…

ଅଯୋଧ୍ୟା,୩୦।୧୨ : ଶନିବାର ରାମ ନଗରୀ ଅଯୋଧ୍ୟା ପାଇଁ ଏକ ଐତିହାସିକ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାସ୍ତାରେ ଏକ ରୋଡ ଶୋ କରିଥିଲେ। ଏହି ସମୟରେ ସେ ଅଯୋଧ୍ୟା ଠାରୁ ହନୁମାନଗରୀ ଦେଇ ଲକ୍ଷ୍ନୌ- ଗୋରଖପୁର ରାଜପଥ ଦେଇ ନୂତନ ଭାବରେ ନିର୍ମିତ ରେଳ ଷ୍ଟେଶନ ପର୍ଯ୍ୟନ୍ତ ରାସ୍ତା କଭର କରିଥିଲେ। ରେଳ ଷ୍ଟେଶନ ଉଦଘାଟନ କରିବା ପରେ ସେ ଲତା ମଙ୍ଗେଶକର ଚୌକ ଠାରେ ଅଟକି ଥିଲେ। ପିଏମ ମୋଦିଙ୍କୁ ସ୍ବାଗତ କରିବା ପାଇଁ ସମଗ୍ର ମାର୍ଗରେ ଫୁଲ ବର୍ଷା ହୋଇଥିଲା ଏବଂ ରାସ୍ତା କଡ଼ରେ ବହୁ ସଂଖ୍ୟକ ଫୁଳକୁଣ୍ଡ ଲଗାଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଯିବା ମାତ୍ରେ ଏହି ଫୁଲକୁଣ୍ଡକୁ ଘରକୁ ବୋହିନେବା ପାଇଁ ଲୋକଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦି ଯିବା ମାତ୍ରେ ସୁରକ୍ଷା ବ୍ୟବସ୍ଥାକୁ ହଠାଇ ଦିଆଯାଇଥିଲା। ଲୋକମାନେ ରାସ୍ତା କଡ଼ରେ ରଖାଯାଇଥିବା ଫୁଲକୁଣ୍ଡ ବୋହି ନେଇଥିଲେ। ଅଳ୍ପ ସମୟ ମଧ୍ୟରେ ସେଠାରେ ଥିବା ଫୁଲକୁଣ୍ଡ ସବୁ ଶେଷ ହୋଇ ଯାଇଥିଲା। ଯେତେବେଳେ ଲୋକଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେମାନେ କହିଥିଲେ ଯେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଚାଲିଯାଇଛନ୍ତି, ଏସବୁ କ’ଣ ହେବ, ଏହା ମୋଦିଙ୍କର, ସେମାନେ ଏହାକୁ ନେଇଯିବେ। ସୁରକ୍ଷା କାର୍ଯ୍ୟରେ ନିୟୋଜିତ ପୋଲିସ ମଧ୍ୟ ଏସବୁ ଦେଖି କେବଳ ନୀରବ ଦ୍ରଷ୍ଟା ସାଜିଥିବାରୁ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

 

Share