‘କିସି କା ଭାଇ କିସି କି ଜାନ୍‌’ ରିଲିଜ ପରେ ତର୍କ ବିତର୍କ ଆରମ୍ଭ

ମୁମ୍ବାଇ: ଫିଲ୍ମ  ‘କିସି କା ଭାଇ କିସି କି ଜାନ୍‌’ ରିଲିଜ ହୋଇଛି। ଏହି ଫିଲ୍ମରେ ଭାଇଜାନ ସଲମାନ ଦୀର୍ଘ ୪ ବର୍ଷ ପରେ ରୁପେଲି ପରଦାକୁ ଫେରିଛନ୍ତି। ରିଲିଜ ହେଉ ହେଉ ଫିଲ୍ମକୁ ନେଇ ନାନା ତର୍କ ବିତର୍କ ଆରମ୍ଭ ହେଲାଣି। କେହି କହୁଛନ୍ତି, ଶାହାରୁଖଙ୍କ ଫିଲ୍ମ ‘ପଠାନ’ ପରି ହିଟ୍‌ ହେବ ତ ଆଉ କେହି ଫ୍ଲପ୍‌ ହେବ ବୋଲି କହୁଛନ୍ତି।

ସିନେ ସମୀକ୍ଷକ ତରଣ ଆଦର୍ଶ କହିଛନ୍ତି ‘ଆପଣ ‘ପଠାନ’ ଫିଲ୍ମ ପରି ସଫଳତା ‘କିସି କା ଭାଇ କିସି କି ଜାନ୍‌’ ଫିଲ୍ମରୁ ଆଶା କରନ୍ତୁ ନାହିଁ। ‘ପଠାନ’ ଫିଲ୍ମର ଅଗ୍ରୀମ ବୁକିଂ ସମୟରେ ଯେଉଁ ଚାହିଦା ଥିଲା ତାହା ‘କିସି କା ଭାଇ କିସି କି ଜାନ’ ଫିଲ୍ମ ରିଲିଜ ପୂର୍ବରୁ ଅଗ୍ରୀମ ବୁକିଂ ସମୟରେ ସେପରି ଦେଖିବାକୁ ମିଳିନାହିଁ। ତେବେ ଦର୍ଶକ ଫିଲ୍ମ ଦେଖିବା ପରେ ଯଦି ଭଲ ଲାଗେ ତେବେ ଫିଲ୍ମଟି କିଛି ମାତ୍ରାରେ ସଫଳ ହୋଇପାରେ।’

ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଅଭିନେତ୍ରୀ ପୂଜା ହେଗ୍‌ଡେ, ଶେହନାଜ ଗିଲ୍‌, ପଲକ ତିଓ୍ବାରୀ, ରାମଚରଣ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Share