ପଦ୍ମପୁର ଉପନିର୍ବାଚନ ଫଳ ପ୍ରକାଶ ପରେ…

ବରଗଡ଼ ଅଫିସ୍‌,୯।୧୨: ପଦ୍ମପୁର ଉପନିର୍ବାଚନକୁ ବର୍ତ୍ତମାନ ସ୍ଥିତିରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନର ସେମି ଫାଇନାଲ କୁହାଯାଉଥିଲା। ଫଳରେ ଉପନିର୍ବାଚନରେ ଏହି ଆସନକୁ ଦଖଲ କରିବା ପାଇଁ ସବୁଦଳ ଲାଗି ପଡ଼ିଥିଲେ। ଏହି କ୍ରମରେ କେନ୍ଦ୍ର ଶାସନରେ ରହିଥିବା ଭାଜପା ଏବଂ ରାଜ୍ୟ ଶାସନରେ ଥିବା ବିଜେଡ଼ି ପାଇଁ ଏହା ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା। ଉକ୍ତ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏଠାକୁ ଆସିଥିବାବେଳେ ୪ କେନ୍ଦ୍ରମନ୍ତ୍ରୀ ମଧ୍ୟ ଆସିଥିଲେ। ଶେଷରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟିନୀ ହୋଇଥିଲେ। ଧାମନଗର ଉପନିର୍ବାଚନ ପରାଜୟ ପରେ ଏଠାରେ ବିଜେଡି ବଡ଼ ବିଜୟ ହାସଲ କରିଛି। ସେହିପରି ଏହି ଉପନିର୍ବାଚନ ବର୍ଷାଙ୍କୁ ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟିକା ଭାବେ ଏକ ନୂଆ ପରିଚୟ ଆଣି ଦେଇଛି।
ବାପାଙ୍କ ସମାଧି ପୀଠ ଦର୍ଶନ
ବିଜୟଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ତାଙ୍କ ଝିଅ ବର୍ଷାଙ୍କୁ ଦଳୀୟ ଟିକେଟ୍‌ ଦେଇଥିଲା। ନିର୍ବାଚନ ମଇଦାନରେ ସେ ନବାଗତା ଏବଂ ପୁରୀ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂଙ୍କ ପୁତ୍ରବଧୂ। ଫଳରେ ବିଜେଡିରେ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ବିରୋଧୀ ତାଙ୍କୁ ଅନେକ ଟାହିଟାପରା କରୁଥିଲେ। କିନ୍ତୁ ବର୍ଷା ହାର୍‌ ନ ମାନି ଲୋକଙ୍କ ପାଖକୁ ପହଞ୍ଚତ୍ ଭୋଟ୍‌ ନିବେଦନ କରିଥିଲେ। ସବୁଠି ବାପାଙ୍କ ସ୍ମୃତି ଦେଖିବାକୁ ପାଇଥିଲେ ଏବଂ ଶେଷରେ ବିଜୟିନୀ ହୋଇଥିଲେ। ଏହାପରେ ବର୍ଷା ତାଙ୍କ ବାପାଙ୍କ ସମାଧି ପୀଠକୁ ଯାଇଥିଲେ ଏବଂ ସେଠାରେ ପ୍ରଣାମ ଜଣାଇବା ସହିତ କାନ୍ଦି ପକାଇଥିଲେ।
ବର୍ଷାଙ୍କୁ ମିଠା ଖୁଆଇଲେ ପ୍ରସନ୍ନ
ପଦ୍ମପୁର ଉପନିର୍ବାଚନରେ ବିଜେଡି ରାଜ୍ୟ ଉପସଭାପତି ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଥିଲା। ଏହି ଉପନିର୍ବାଚନ ଫଳାଫଳ ତାଙ୍କ ପାଇଁ ଟର୍ନିଂ ପଏଣ୍ଟ ଥିଲା ବୋଲି ମଧ୍ୟ ଲୋକେ କହୁଛନ୍ତି। ତେବେ ଏଠାରୁ ବଡ଼ ବିଜୟ ହାସଲ ପରେ ପ୍ରସନ୍ନ ଉପରେ ଦଳ ପ୍ରସନ୍ନ ହେବା ସ୍ବାଭାବିକ। ସେହିପରି ଦଳର ବିଜୟ ପରେ ପ୍ରସନ୍ନ ମଧ୍ୟ ଉଲ୍ଲସିତ ହୋଇ ପଡ଼ିଛନ୍ତି। ଦଳୀୟ ପ୍ରାର୍ଥିନୀ ବର୍ଷା ବିଜୟିନୀ ହେବା ପରେ ପ୍ରସନ୍ନ ପଦ୍ମପୁରରେ ପହଞ୍ଚତ୍ ଖୁସିରେ ବର୍ଷାଙ୍କୁ ମିଠା ଖୁଆଇଥିଲେ। ପ୍ରସନ୍ନଙ୍କ ଏଭଳି ଆଭିମୁଖ୍ୟ ବର୍ଷାଙ୍କ ମନୋବଳକୁ ଆଗକୁ ଆହୁରି ଦୃଢ଼ କରିବ ବୋଲି ଲୋକେ କହୁଛନ୍ତି।
ସୁଶାନ୍ତଙ୍କୁ କାନ୍ଧେଇ ପାଳିଲେ ବିଜୟ ଉତ୍ସବ
ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ପଦ୍ମପୁର ଉପନିର୍ବାଚନ ନେଇ ବିରୋଧୀ ଭାଜପାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ। ଏହି ଆସନରୁ ବିଜେଡି ବିଜୟ ଲାଭ ନ କଲେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଥିଲେ। ଏହାସହିତ ତାଙ୍କ ପ୍ରତି ମନ୍ତବ୍ୟ ଦେଇଥିବା ସୁରେଶ ପୂଜାରୀଙ୍କୁ ଭାଜପା ହାରିଲେ ସେ ଇସ୍ତଫା ଦେବେ କି ବୋଲି ଖୋଲା ଆହ୍ବାନ କରିଥିଲେ ଏବଂ ବିଜେଡି ୧ଲକ୍ଷରୁ ଅଧିକ ଭୋଟ୍‌ ପାଇବ ବୋଲି ପୂର୍ବରୁ ଆକଳନ କରି କହିଥିଲେ। ଫଳାଫଳରେ ତାଙ୍କ ଆକଳନ ଆସିବା ପରେ ସୁଶାନ୍ତଙ୍କ ସମର୍ଥକମାନେ ପୂର୍ବାପେକ୍ଷା ଅଧିକ ଉତ୍ସାହିତ ହୋଇ ପଡ଼ିଛନ୍ତି। ଦଳ ବିଜୟ ଆଡକୁ ଅଗ୍ରସର ହେଉଥିବାବେଳେ ସୁଶାନ୍ତ ପଦ୍ମପୁରରେ ପହଞ୍ଚତ୍ଥିଲେ। ତାଙ୍କୁ ଦେଖି ଦଳୀୟ କର୍ମୀମାନେ ଉଲ୍ଲସିତ ହୋଇ ପଡ଼ିଥିଲେ ଏବଂ କାନ୍ଧେଇ ବିଜୟ ଉତ୍ସବ ମନାଇଥିଲେ।
ବାପାଙ୍କ ଆସନରେ ବର୍ଷା
ଉପନିର୍ବାଚନରେ ବର୍ଷା ଯେତେବେଳେ ପ୍ରଚାରରେ ବାହାରୁଥିଲେ, ତାଙ୍କ ବାପା ସ୍ବର୍ଗତ ବରିହାଙ୍କ ପ୍ରତିଛବିକୁ ପ୍ରଣାମ ଜଣାଇ ବାହାରୁଥିଲେ। ନିର୍ବାଚନୀ ସଭାରେ ମଧ୍ୟ ନିଜ ବାପା ତଥା ତାଙ୍କ ସ୍ମୃତିକୁ ମନେ ପକାଇ କାନ୍ଦି ପକାଉଥିଲେ। ତେବେ ଗୁରୁବାର ଫଳାଫଳ ପ୍ରକାଶ ପାଇବା ପରେ ବର୍ଷା ତାଙ୍କ ସ୍ବର୍ଗୀୟ ବାପାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ପୂର୍ବତନ ବିଧାୟକ ସ୍ବର୍ଗତ ବରିହା ସେହି କାର୍ଯ୍ୟାଳୟର ଯେଉଁ ଆସନରେ ବସୁଥିଲେ, ସେଠାରେ ବର୍ଷା ବସିଥିଲେ ଏବଂ କାର୍ଯ୍ୟାଳୟକୁ ଆସିଥିବା ନେତା, କର୍ମୀ ତଥା ଭୋଟରଙ୍କ ସହଯୋଗ, ଆଶୀର୍ବାଦରେ ଶତମୁଖ ହୋଇ ପଡ଼ିଥିଲେ।
ନାତୁଣୀଙ୍କ ସପକ୍ଷରେ ସବୁ ଭୋଟ୍‌
ପଦ୍ମପୁର ଉପନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ କିସକିଣ୍ଡା ଗ୍ରାମରେ ଜଣେ ବୃଦ୍ଧା ବିଜୟ ରଞ୍ଜନ ସିଂ ବରିହାଙ୍କୁ ପୁଅ ବୋଲି ସମ୍ବୋଧନ କରୁଥିଲେ। ବିଜୟଙ୍କ ଦେହାନ୍ତ ପରେ ସେ କୁଆଡ଼େ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ତେବେ ଉପନିର୍ବାଚନରେ ବିଜୟଙ୍କ ଝିଅ ବର୍ଷା ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଜାଣି ସମ୍ପୃକ୍ତ ବୃଦ୍ଧା ବହୁତ ଖୁସି ଥିଲେ। ପରିଣତ ବୟସରେ ଉପନୀତ ହୋଇଥିଲେ ସୁଦ୍ଧା ନାତୁଣୀ ବର୍ଷାଙ୍କ ସପକ୍ଷରେ ମତଦାନ କରିବାକୁ ସେ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଥିଲେ। ତାଙ୍କ କଥାକୁ ସମ୍ମାନ ଜଣାଇ ସମସ୍ତେ ବର୍ଷାଙ୍କ ସପକ୍ଷରେ ମତଦାନ କରିଥିଲେ। ସେହି ଗ୍ରାମର କେବଳ ଜଣେ ମତଦାତା ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ଗୋଟିଏ ଭୋଟ୍‌ ଦେଇଥିବାବେଳେ ଆଉ ଜଣେ ଦଳୀୟ ପ୍ରାର୍ଥୀଙ୍କ ଖାତାରେ ଆଦୌ ଭୋଟ୍‌ ପଡ଼ି ନ ଥିବା ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

ଉତ୍କଳ ଦିବସରେ ରକ୍ତଦାନ ଶିବିର

ଦିଗପହଣ୍ଡି,୧।୪ (ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ  ଗଣିଆନାଳ ଛକର ମା’ ପିତାମ୍ୱରୀ ବଣିକ ସଂଘ...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜିପି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ଶହୀଦ ରାଜକିଶୋରଙ୍କ ଘରେ ପହଞ୍ଚିଲେ ମନ୍ତ୍ରୀ

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଗ୍ରାମର ସହିଦ ରାଜକିଶୋର ମୁଣ୍ତାଙ୍କ ଘରକୁ ଆଜି ମଧ୍ୟାହ୍ନରେ ରାଜ୍ୟ ଜଙ୍ଗଲ...

ମିଶନ ଶକ୍ତି କାଫେ ଉଦ୍‌ଘାଟନ କଲେ ବିଧାୟକ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଛକଠାରେ ମଙ୍ଗଳବାର ସନ୍ଧ୍ୟାରେ ମିଶନ ଶକ୍ତି କାଫେ ଉଦ୍‌ଘାଟିତ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ...

ଛାତ୍ରୀଛାତ୍ରଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ

ଦିଗପହଣ୍ଡି,୧ା୪(ଅଶେଷ ନାଥ ମିଶ୍ର): ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମା ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଙ୍ଗଳବାରଠାରୁ ଦିଗପହଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ...

୬ମାସ ହେଲା କାମ କରୁନି ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ, ପଦକ୍ଷେପ ନ ନେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଲାଞ୍ଜିଗଡ, ୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ପଞ୍ଚାୟତ ବୋରପଦର ଗାଁଠାରେ ଦୀର୍ଘ ୬ମାସ ହେଲା ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ କାମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image