ଏହି ଫିଲ୍ମ ରିଲିଜ୍‌ ପରେ ୩୦ ହଜାର ଯୁବତୀ ହ୍ରିତିକ୍‌ଙ୍କୁ ଦେଇଥିଲେ ବିବାହ ପ୍ରସ୍ତାବ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଲୋକପ୍ରିୟତା ବେଶ୍‌ ଅଧିକ। ସେ ବକ୍ସ ଅଫିସରେ ବ୍ଲକବଷ୍ଟର ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ହ୍ରିତିକଙ୍କ ଫିଟନେସ ଦେଖି ହଜାର ହଜାର ଝିଅ ତାଙ୍କ ପାଇଁ ପାଗଳ ଥିଲେ। ତାଙ୍କର ପ୍ରଥମ ଫିଲ୍ମ ରିଲିଜ ହେବା ପରେ ତାଙ୍କୁ ୩୦ ହଜାର ଝିଅ ଅ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହ୍ରିତିକ ନିଜେ ଏକ ଟିଭି ଶୋ’ରେ ଏହା ସ୍ବୀକାର କରିଥିଲେ। ‘ଦି କପିଲ ଶର୍ମା’ ଶୋ’ ସମୟରେ ହସେ ଏକଥା କହିଥିଲେ। ହ୍ରିତିକଙ୍କ ପ୍ରଥମ ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’ ରିଲିଜ ହେବା ପରେ ୩୦ ହଜାରରୁ ଅଧିକ ଝିଅ ତାଙ୍କୁ ପାଇଁ ବିବାହ ପ୍ରସ୍ତାବ ପଠାଇଥିଲେ। କିନ୍ତୁ ସେ ଏହାକୁ ଏଡାଇ ଦେଇଥିଲେ। ହ୍ରିତିକ୍‌ ନିଜ ସ୍ତ୍ରୀ ସୁଜାନେ ଖାନ୍‌ଙ୍କୁ ଛାଡପତ୍ର ଦେଇଛନ୍ତି।
ହ୍ରିତିକ ରୋଶନ ଏବେ ଆଗାମୀ ସିଦ୍ଧାର୍ଥ ଆନନ୍ଦଙ୍କ ଆକ୍ସନ ଫିଲ୍ମ ଫାଇଟର୍‌ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ସେ ଦୀପିକା ପାଦୁକୋନଙ୍କ ସହ ପ୍ରଥମ ଥର ପାଇଁ ଏକାଠି କାମ କରୁଛନ୍ତି ।

Share