କରୋନାର ଦ୍ୱିତୀୟ ଲହର ପରେ ଅଧିକାଂଶ ରାଜ୍ୟ ନିଜେ ଉତ୍ପାଦନ କରୁଛନ୍ତି ଅକ୍ସିଜେନ

ନୂଆଦିଲ୍ଲୀ,୩୧ ।୩: କରୋନା ମହାମାରୀର ଦ୍ୱିତୀୟ ଲହରରେ ଦେଶରେ ଦେଖାଦେଇଥିବା ଅକ୍ସିଜେନ ସଙ୍କଟ ଆଗକୁ ଆଉ ଦେଖାଯାଇ ନ ପାରେ । କାରଣ ଏବେ ଅଧିକାଂଶ ରାଜ୍ୟରେ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥା କରାଗଲାଣି । ଏହାଦ୍ୱାରା ଅଧିକାଂଶ ରାଜ୍ୟ ଆତ୍ମନିର୍ଭରଶୀଳ ବି ହୋଇ ପାରିଲେଣି । ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହମତି ହୋଇସାରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଦେଶର ୩୬ରୁ ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦ ପ୍ରତିଶତ ଅର୍ଥାତ୍ ପ୍ରତ୍ୟେକ ଜିଲାରେ ନିଜର ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥା ରହିଛି । ଏହା ନିକଟରେ ଥିବା ବଡ ବଡ ହସ୍ପିଟାଲ ଓ ସ୍ଥାନୀୟ ହସ୍ପିଟାଲକୁ ଅକ୍ସିଜେନ ଯୋଗାଇବାକୁ ସକ୍ଷମ ହେବ । ୧୧ ରାଜ୍ୟରେ ଏବେ କିଛି କାମ ବାକି ରହିଛି ।

Share