Categories: ଜାତୀୟ

ଚନ୍ଦ୍ରୟାନ-୩ର ସଫଳତା ପରେ ମନ୍ଦିରରେ ପହଞ୍ଚିଲେ ଇସ୍ରୋ ମୁଖ୍ୟ

ଥିରୁଭାନନ୍ତପୁରମ୍‌,୨୭।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ ସୋମନାଥ ଚନ୍ଦ୍ରୟାନ-୩ର ସଫଳତା ପରେ ରବିବାର କେରଳର ଏକ ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ସେ ପୂଜା-ଅର୍ଚ୍ଚନା କରିଥିଲେ।
ଇସ୍ରୋ ମୁଖ୍ୟ ସୋମନାଥ ଥିରୁଭାନନ୍ତପୁରମର ପୁର୍ଣ୍ଣାମିକାଭୁ ଭଦ୍ରକାଳୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଚନ୍ଦ୍ର, ମଙ୍ଗଳ ଏବଂ ଶୁକ୍ରକୁ ଯାତ୍ରା କରିବାର ଭାରତର ସାମର୍ଥ୍ୟ ଅଛି, କିନ୍ତୁ ଆମର ଆତ୍ମବିଶ୍ୱାସ ବଢାଇବା ଆବଶ୍ୟକ। ମହାକାଶ କ୍ଷେତ୍ରର ବିକାଶ ପାଇଁ ଅଧିକ ପୁଞ୍ଜି ବିନିଯୋଗ ଆବଶ୍ୟକ। ଆମର ଲକ୍ଷ୍ୟ ହେଉଛି ମହାକାଶ କ୍ଷେତ୍ରର ବିକାଶ। ସମଗ୍ର ଦେଶର ବିକାଶ ହେବା ଉଚିତ୍‌। ପ୍ରଧାନମନ୍ତ୍ରୀ ଆମକୁ ଦେଇଥିବା ଭିଜନ୍‌କୁ ପୂରଣ କରିବାକୁ ଆମେ ପ୍ରସ୍ତୁତ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଜଣେ ଅନୁସନ୍ଧାନକାରୀ। ଉଭୟ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଅନୁସନ୍ଧାନ କରିବା ମୋ ଜୀବନର ଯାତ୍ରାର ଏକ ଅଂଶ। ମୁଁ ଅନେକ ମନ୍ଦିର ପରିଦର୍ଶନ କରେ ଏବଂ ଅନେକ ଶାସ୍ତ୍ର ପଢିଥାଏ।

Share