‘ପଠାନ’ର ସଫଳତା ପରେ କିଙ୍ଗ୍‌ଖାନ୍‌ ଶେୟାର କଲେ ଫଟୋ

ମୁମ୍ବାଇ: ‘ପଠାନ’ର ଗ୍ରାଣ୍ଡ ସଫଳତା ପରେ କିଙ୍ଗ୍‌ଖାନ୍‌ ଶାହାରୁଖ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ଫିଲ୍ମ ସାରା ବିଶ୍ୱରେ ବହୁ ରୋଜଗାର କରୁଛି। ରିଲିଜ୍‌ ପୂର୍ବରୁ ‘ପଠାନ’କୁ ଯେତିକି ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା, ଫିଲ୍ମ ରିଲିଜ ହେବା ପରେ ପ୍ରେକ୍ଷାଳୟରେ ସେତେ ରେକର୍ଡ କରିଛି। ଫିଲ୍ମର ସଫଳତାରେ ଶାହାରୁଖ ଏତେ ଖୁସି ଯେ, ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ପୋଷ୍ଟ ଶେୟାର କରି ହୃଦୟର କଥା କହିଛନ୍ତି।

ଶାହାରୁଖ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଶଂସକଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ କିଙ୍ଗ୍‌ଖାନ୍‌ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଦାଢ଼ି ଲୁକ୍‌ରେ ନଜର ଆସିଛନ୍ତି। ବେକରେ ମାଳି ଏବଂ ଧଳା ଟି-ଶର୍ଟ ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ସେ ଏଥିରେ ଲେଖିଛନ୍ତି, ‘ସୂର୍ଯ୍ୟ ଏକୁଟିଆ … ଏହା ଜଳେ … ଏବଂ ଉଜ୍ଜ୍ୱଳତା ଦେବା ପାଇଁ ଏଥିରୁ ବାହାରିଥାଏ। ‘ସୂର୍ଯ୍ୟଙ୍କୁ ଆଲୋକିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।’

Share