ଆତ୍ମଘାତୀ ଆକ୍ରମଣ ପରେ ତୁର୍କୀ ବାୟୁସେନାର ଇରାକ ଉପରେ ବୋମାମାଡ଼…

ଆଙ୍କରା,୨।୧୦ : ତୁର୍କୀର ରାଜଧାନୀ ଆଙ୍କାରରେ ଆତ୍ମଘାତୀ ଆକ୍ରମଣ ପରେ ତୁର୍କୀ ଏହାର ପ୍ରତିଶୋଧ ନେଇଛି। ତୁର୍କୀ ବାୟୁସେନା ଇରାକରେ କୁର୍ଦ୍ଦ ବିଦ୍ରୋହୀଙ୍କ ଅନେକ ଶିବିର ଉପରେ ବୋମା ପକାଇଛି। ଏହି ବିସ୍ଫୋରଣରେ ବହୁ କୁର୍ଦ୍ଦ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।
ଆଙ୍କାରରେ ଆତ୍ମଘାତୀ ଆକ୍ରମଣ ପାଇଁ କୁର୍ଦ୍ଦ ବିଦ୍ରୋହୀ ସଂଗଠନ ନିଜକୁ ଦାୟୀ କରିଛି। ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ବାୟୁସେନାର କାର୍ଯ୍ୟକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ସମସ୍ତ ବୀଦ୍ରୋହୀ ନିହତ ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ।

Share