Categories: ଜାତୀୟ

ଆର୍ଟିକଲ ୩୭୦କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମୋଦି କହିଲେ-ଏହା ଆଶାର କିରଣ

ନୂଆଦିଲ୍ଲୀ,୧୧।୧୨: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବାକୁ ମୋଦି ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଠିକ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତଜ୍ଞତା ଜଣାଇଛନ୍ତି। ଏହି ନିଷ୍ପତ୍ତି ଉପରେ ସେ କହିଛନ୍ତି ,  ଏହା ଐତିହାସିକ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ସଂସଦର ବହୁମତକୁ ଅପରିବର୍ତ୍ତିତ ରଖିଛନ୍ତି। ଏକତାର ମୂଳ ଦୃଢତା ବଜାୟ। ଏହି ନିଷ୍ପତ୍ତି କେବଳ ଏକ ଆଇନଗତ ନିଷ୍ପତ୍ତି ନୁହେଁ। ବରଂ ଏହା ଏକ ଆଶାର କିରଣ। ଏହି ନିଷ୍ପତ୍ତି ଏକ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶୃତି । ଏହି ନିଷ୍ପତ୍ତି ହେଉଛି ଗୋଟିଏ ଭାରତର ସମାଧାନର ଫଳାଫଳ। ଏଥି ସହିତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ଧାରା ୩୭୦ହଟାଇବା ସାମ୍ବିଧାନିକ । ଏଥି ସହିତ ଜମ୍ମୁ କଶ୍ମୀରକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହି ସମୟରେ ଶିବସେନା (ୟୁଟିବି) ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଉଦ୍ଧବ କହିଛନ୍ତି, ଆମେ ଧାରା ୩୭୦ ଅପସାରଣକୁ ସମର୍ଥନ କରିଛୁ। ଆମେ ଆଶା କରୁଛୁ ଜମ୍ମୁ କଶ୍ମୀରରେ ଯଥାଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବ।

Share