ଅସ୍ତ୍ରୋପଚାର ପରେ ବାହାରିଲା ୬ କେଜିର ଟ୍ୟୁମର

କୋରାପୁଟ,୧ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ରାୟ ୬ କେଜି ଟ୍ୟୁମରର ସଫଳ ଅସ୍ତ୍ରୋପଚାର ହୋଇଛି। ଜିଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତର ରତାଳି ଗ୍ରାମର ଚନ୍ଦ୍ରମା ଭତରା (୩୦) ପ୍ରାୟ ୪ ବର୍ଷ ହେବ ଟ୍ୟୁମରରେ ପୀଡ଼ିତ ଥିଲେ। ପ୍ରାୟ ଏକ ମାସ ତଳେ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଆସିଥିଲେ। ପରେ ଓଡ଼ିଶା ମୋ ପରିବାର ସହାୟତା କେନ୍ଦ୍ର ସଂଯୋଜକ ବୈକୁଣ୍ଠ ମଣ୍ଡଳଙ୍କ ଜରିଆରେ ସର୍ଜରି ବିଭାଗରେ ଆଡ୍‌ମିଟ୍‌ ହେଇଥିଲେ। ଡା. ରାଜେଶ ରଣା ଏକ ଟିମ୍‌ ସହ ଚିକିତ୍ସା ଆରମ୍ଭ କରିଥିଲେ। ଚନ୍ଦ୍ରମାଙ୍କ ସମସ୍ତ ପ୍ରକାର ପରୀକ୍ଷା କରିବା ପରେ ତାଙ୍କର ଅସ୍ତ୍ରୋପଚାର କରି ୬ କେଜିର ଏକ ଟ୍ୟୁମର ବାହାର କରାଯାଇଥିଲା। ଏହି ଟିମ୍‌ରେ ଡା. ରଣାଙ୍କ ସହ ଡା. ସତ୍ୟରଞ୍ଜନ ସାହୁ, ଡା. ରାକେଶ ରୋଶନ ବେହେରା ଓ ନିଶ୍ଚେତକ ଡା. ଗୋପାଳ ନାୟକ, ଡା. ଗଣେଶ ହାଁସ୍‌ଦା ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ କାରବାରରେ ୮ ଗିରଫ, ପରିବାର ଲୋକେ ୪ ଘଣ୍ଟା ରାସ୍ତାରୋକ ସହିତ ଥାନା ଘେରାଉ

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ହାଡୁ ପଦର ଗ୍ରାମର କିଛି ଘରେ ପୋଲିସ ଚଢାଉ କରି...

ପ୍ରେମିକାଙ୍କ ଘର ଆଗରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ପ୍ରେମିକ

ନୟାଗଡ଼,୧୮।୩(ଲୋକନାଥ ମିଶ୍ର): ପ୍ରେମରେ ହୋଇଥିଲେ ବିଫଳ। ପ୍ରେମିକାଙ୍କ ଦୁଇ ଭଉଣୀ ଗାଳି ଗୁଳଜ କରି ମରିଯିବାକୁ କହିବାରୁ ପ୍ରେମିକ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ...

ଛାତ୍ରୀଙ୍କୁ ଅସଦାଚରଣ କରି ଫସିଲେ ଅର୍ଥନୀତି ବିଭାଗର ଅଧ୍ୟାପକ, ହେଲେ ଗିରଫ

ବରୀ,୧୮।୩(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଅଧିନସ୍ଥ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ଜୈନକା ଛାତ୍ରୀଙ୍କୁ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳ ଅସଦାଚରଣ କରିଥିବା ଅଭିଯୋଗ...

ଯୁବକଙ୍କୁ ଗୁଳିମାଡ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ବାଲେଶ୍ୱର,୧୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ନିମା ଗ୍ରାମର ଯୁବକଙ୍କୁ ଗୁଳିମାଡ। ଗୁଳିମାଡ଼ରେ ଆହତ ଯୁବକଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ...

ଜିଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ଆସୋସିଏଶନ

ଛତ୍ରପୁର,୧୮।୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ଆସୋସିଏଶନ ଗଞ୍ଜାମ ଜିଲା ପକ୍ଷରୁ ଛତ୍ରପୁରସ୍ଥିତ ଜ଼ିଲାପାଳଙ୍କ ଅଫିସ ସମ୍ମୁଖରେ ୧୦ ଦଫା...

ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଖାଉଥିଲେ ଛାତ୍ରୀ: ଭୁଶୁଡ଼ିଲା ମାଟିକାନ୍ଥ, ଚାଲିଗଲା ଜୀବନ

ହାଟଡିହୀ,୧୮l୩(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଖାଉଥିବା ସମୟରେ ମାଟିକାନ୍ଥ ଭୁଶୁଡି ପଡିବାରୁ ଗ୍ରାମର ବିଷ୍ଣୁ...

ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୪ା୩: ଗନ୍ଧମାର୍ଦ୍ଦନ ଲୋଡ଼ିଂ ଓ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟିର ଆର୍ଥିକ ଅନିୟମିତତା ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ...

ଗଞ୍ଜେଇ ପରେ ବୌଦ୍ଧରେ ବ୍ରାଉନସୁଗାର କାରବାର: ଧରାପଡ଼ିଲେ ୩ ଅଭିଯୁକ୍ତ

ବୌଦ୍ଧ,୧୮।୩( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାର ଥିବା ବେଳେ ଏବେ ବ୍ରାଉନସୁଗାର କାରବାର ପଦାକୁ ଆସିଛି। ବୌଦ୍ଧ ପୋଲିସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image