ଯାଞ୍ଚ ପରେ ଜିଲାରେ ୧୩,୪୬୭ ପ୍ରାର୍ଥୀ

ବାରିପଦା ଅଫିସ,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପରେ ଶନିବାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ମୟୂରଭଞ୍ଜ ଜିଲାରେ ୧୩ ହଜାର ୪୬୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଥିବା ବେଳେ ୯୯୯ ଜଣଙ୍କର ନାକଚ ହୋଇଯାଇଛି। ୨୬୧ ଜିଲା ପରିଷଦ, ୧୮୫୫ ସମିତିସଭ୍ୟ, ୨୨୬୬ ସରପଞ୍ଚ ଓ ୯୦୫୫ ୱାର୍ଡସଭ୍ୟ ପ୍ରାର୍ଥୀ ରହିଥିବା ଜିଲା ପଞ୍ଚାୟତ ଅଧିକାରୀ ଭଗବାନ ଗୌଡା ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ୨୬ ବ୍ଲକର ମୋଟ ୧୪ ହଜାର ୬୬୬ ଜଣ ପ୍ରାର୍ଥତ୍ପତ୍ର ନାମାଙ୍କନ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୨୭୯ ଜଣ ଜିଲା ପରିଷଦ, ୨୦୩୦ ସମିତିସଭ୍ୟ, ୨୪୩୪ ଜଣ ସରପଞ୍ଚ ଓ ୯୭୨୩ ଜଣ ୱାର୍ଡସଭ୍ୟ ପାଇଁ ଥିଲେ। ଯାଞ୍ଚ ବେଳେ ୧୮ ଜିଲା ପରିଷଦ, ୧୪୫ ସମିତିସଭ୍ୟ, ୧୬୮ ସରପଞ୍ଚ ଓ ୬୬୮ ୱାର୍ଡସଭ୍ୟ ପ୍ରାର୍ଥତ୍ପତ୍ର ବିଭିନ୍ନ ତ୍ରୁଟି ଯୋଗୁ ନାକଚ ହୋଇଯାଇଛି।