ଚୋରି ପରେ ଗୋଦାମ ଘରେ ନିଆଁ ଲଗେଇଲେ ଦୁର୍ବୃତ୍ତ

ପାଟଣା,୧୬।୯(ବୀର କିଶୋର ଦାଶ): ମାର୍କେଟ କମ୍ପ୍ଲେକ୍ସର ମମତା ନାମକ ଏକ ଜୋତା ଦୋକାନର ଗୋଦାମଘରୁ ଶୁକ୍ରବାର ରାତିରେ ଦୁର୍ବୃତ୍ତ ଚୋରି କରିବା ପରେ ଜୋତା ଦୋକାନର ଗୋଦାମ ଘରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ, ଜୋତା ଦୋକାନର ଗୋଦାମରେ ପଶି ଚୋରି କରିବା ପରେ ଗୋଦାମରେ ନିଆଁ ଲଗେଇ ଦେବା ଫଳରେ ଗୋଦାମ ଘରେ ଥିବା ଲକ୍ଷାଧିକ ଟଙ୍କାର ଜୋତା ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ଥାନା ପୋଲିସର ତଦନ୍ତ କରୁଛି ।