ଟ୍ରେଲର ପରେ ଏବେ ଦର୍ଶକଙ୍କ ଦିଲ୍ ଜିତିବାକୁ ଆସିଲା ‘ହିରୋପନ୍ଥି ୨’ର ନୂଆ ଗୀତ

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ ତାଙ୍କର ଅଗାମୀ ମୁଭି ‘ହିରୋପନ୍ଥି-୨’ରେ ଦେଖାଯିବେ । ଆକ୍ସନରେ ଭରପୁର ହି ମୁଭି ୨୯ ଏପ୍ରିଲରେ ରିଲିଜ୍ ହେବାର ଯୋଜନା ରହିଛି ।ଏହି ସମୟରେ ମୁଭିର ଏକ ଗୀତ ’ଜଲୱାନୁମା’ ରିଲିଜ୍ ହୋଇଯାଇଛି । ମୁଭିରେ ଏଆର୍ ରେହମନ ସଙ୍ଗିତ ଦେଇଥିବା ବେଳେ ଜାଭେଦ ଅଲ୍ଲି ଓ ପୂଜା ତିୱାରୀ ଏଥିରେ କଣ୍ଠଦାନ କରିଛନ୍ତି । । ଟିଜରକୁ ଦର୍ଶକେ ଯେମିତି ପସନ୍ଦ କରିଥିଲେ ସେମିତି ନୂଆ ଗୀତଟିକୁ ଦର୍ଶକେ ପସନ୍ଦ କରିଛନ୍ତି । ଏହାସହ ଫିଲ୍ମରେ ଅଭିନୟ କରିଥିବା ନାୟିକା ତାରା ସୁତାରିୟା ପୁଣିଥରେ ଟାଇଗରଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ଏମାନେ ‘ଷ୍ଟୁଡେଣ୍ଟ ଫ୍ ଦି ଇୟର ୨’ରେ ଏକାଠି ନଜର ଆସିଥିଲେ । ୨୦୧୯ରେ ରିଲିଜ୍ ହୋଇଥିବା ଏହି ମୁଭି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।
ନିକଟରେ ହିରୋପନ୍ଥି ୨ ର ଟ୍ରେଲର ରିିଜ୍ କରାଯାଇଥିଲା । ଏବେ ପର୍ଯ୍ୟନ୍ତ ଏହାକୁ ୬ କୋଟି ୧୦ ଲକ୍ଷ ଥର ଦେଖାସରିଲାଣି । ଟ୍ରେଲରରେ ଟାଇଗରଙ୍କ ଜବରଦସ୍ତ ଆକ୍ସନ ଦେଖିବା ପରେ ଦର୍ଶରେ ବଡ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ସୂଚନାଯୋଗ୍ୟ, ନୱାଜୁଦ୍ଦିନ ସିଦ୍ଦିକି ଏଥିରେ ନେଗେଟିଭ କ୍ୟାରେକ୍ଟରରେ ନଜର ଆସିବେ ।

Share