Categories: ଜାତୀୟ

ବୀରଭୁମର ନିର୍ମାଣାଧିନ ଘରୁ ମିଳିଲା ୪୦ ଦେଶୀ ବୋମା

କୋଲକାତା,୨୭ ।୩: ପଶ୍ଚିମବଙ୍ଗ ବିରଭୂମ ଜିଲା ରାମପୁରହାଟର ମାରଗ୍ରାମରେ ଶନିବାର ୪୦ ଦେଶି ବୋମା ଜବତ କରାଯାଇଛି । ସେଠାକାର ପୋଲିସ ଅଧିକ୍ଷକ(ଏସପି) ନଗେନ୍ଦ୍ର ନାଥ ତ୍ରିପାଠି କହିଛନ୍ତି, ଏହି ବୋମାକୁ ୪ଟି ବାଲଟିରେ ଲୁଚାଇ ଏକ ନିର୍ମାଣାଧିନ ଘରର ପଛପଟେ ରଖାଯାଇଥିଲା । ଏବେ ଏହି ମାମଲାର ଯାଞ୍ଚ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ, ନିକଟରେ ବୀରଭୂମ ଅଞ୍ଚଳରେ ୮ ଲୋକଙ୍କୁ ଜୀବନ୍ତ ଜାଳି ଦିଆଯାଇଥିବା ବେଳେ ଏବେ ସେଠାକାର ଲୋକେ ଭୟରେ ସମୟ କାଟୁଛନ୍ତି ।
ସୂଚନାଯୋଗ୍ୟ, ଗତ ସୋମବାର ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯିବା ପରେ ସୋମବାର ବିଳମ୍ବିତ ରାତିରେ ସେଠାରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ଏତେ ଅଧିକ ହୋଇଥିଲା ଯେ କେତେଜଣ ଲୋକଙ୍କୁ ମାରପିଟ କରିବା ପରେ ସେମାନଙ୍କୁ ଜୀବନ୍ତ ଜାଳି ଦିଆଯାଇଥଲା । ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

Share