ବିବାହ ପରେ ଦେଶ ଛାଡ଼ି ଆମେରିକାରେ ପହଞ୍ଚିଲେ ରାଜକୁମାରୀ

ଟୋକିଓ,୧୫ା୧୧: ଜାପାନର ରାଜକୁମାରୀ ଯିଏକି ତାଙ୍କ ରାଜକୀୟ ସ୍ଥିତି ପରିତ୍ୟାଗ କରି ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେ ତାଙ୍କ ସ୍ବାମୀଙ୍କ ସହ ଆମେରିକାର ନ୍ୟୁୟର୍କରେ ପହଞ୍ଚିଛନ୍ତି। ନବ ବିବାହିତ ଏହି ଦମ୍ପତି ଦେଶରେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଟୋକିଓର ହାନେଡା ବିମାନବନ୍ଦରରେ ପୂର୍ବତନ ରାଜକୁମାରୀ ମାକୋ କୋମୁରୋ ଏବଂ ତାଙ୍କ ସ୍ବାମୀ କେ. କୋମୁରୋ ଏକ ବିମାନରେ ଚଢ଼ିଥିଲେ। ଜାପାନର ପ୍ରମୁଖ ନ୍ୟୁଜ୍‌ ଚ୍ୟାନେଲ ଦ୍ୱାରା ଏହାର ସିଧା ପ୍ରସାରଣ କରାଯାଇଥିଲା।

କେ. କୋମୁରୋ ‘ଫୋର୍ଡହମ ୟୁନିଭର୍ସିଟି ଲା ସ୍କୁଲ୍‌’ରେ ସ୍ନାତକ ଏବଂ ନ୍ୟୁୟର୍କର ଏକ ଲା ଫାର୍ମରେ କାର୍ଯ୍ୟ କରନ୍ତି। ଗତ ମାସରେ ଟୋକିଓରେ ବିବାହ ପଞ୍ଜୀକରଣ କରିବା ପରେ ସେ କହିଥିଲେ, ‘ମୁଁ ମୋ ଜୀବନକୁ ଭଲ ପାଉଥିବା ବ୍ୟକ୍ତିଙ୍କ ସହିତ ବିତାଇବାକୁ ଚାହୁଁଛି।’ବିବାହ ପରେ ରାଜକୁମାରୀଙ୍କୁ ରାଜ ଉଆସ ପରିତ୍ୟାଗ କରିବାକୁ ପଡ଼ିଥିଲା।

Share