ସ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ପରେ କାନ୍ଦିଲେ ସ୍ବାମୀ, କହିଦେଲେ ମନର କଥା

ଭୁବନେଶ୍ୱର,୧୨।୬: ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିସହ ସେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ। ଏହାକୁ ନେଇ ତାଙ୍କ ପରିବାର ସମେତ ନିମାପଡ଼ା ନିର୍ବାଚନମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି। ସ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ପରେ ଭାବପ୍ରବଣ ହୋଇପଡିଛନ୍ତି ସ୍ବାମୀ ଶ୍ୟାମସୁନ୍ଦର ନାୟକ। ସେ କହିଛନ୍ତି, ଦୀର୍ଘ ୨୭ ବର୍ଷ ହେବ ସେ ଦଳ ପାଇଁ କାମ କରିଛନ୍ତି। ସଫଳତା ନ ମିଳିଥିଲେ ମଧ୍ୟ ସେ ଆଦୌ ହତୋତ୍ସାହ ନ ହୋଇ ଆଗକୁ ବଢି ଚାଲିଥିଲେ। ଏବେ ତାଙ୍କୁ ପରିଶ୍ରମର ଫଳ ମିଳିଛି।
କଟକ ଜିଲା ନିଆଳି ବ୍ଲକ ନିଭରଣ ଗ୍ରାମର ପ୍ରଭାତୀ ପୁରୀ ଜିଲା ନିମାପଡ଼ା ବ୍ଲକ ତେରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ତେରୁଣ୍ଡିଆ ଗ୍ରାମର ଶ୍ୟାମସୁନ୍ଦର ନାୟକଙ୍କୁ ବିବାହ କରିଥିଲେ। ସେ ଦୀର୍ଘବର୍ଷ ହେଲା ରାଜନୀତିରେ ସକ୍ରିୟ ରହିଛନ୍ତି। ଛାତ୍ରୀ ଜୀବନରୁ ତାଙ୍କର ରାଜନୀତି ପ୍ରତି ରୁଚି ରହିଥିଲା। ସେ ନିମାପଡ଼ା କଲେଜରେ ଅଧ୍ୟୟନ କରିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ପାସ୍‌ କରିଥିଲେ। ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜଣେ ଆଇନଜୀବୀ ଭାବେ କିଛିଦିନ ଧରି କାର୍ଯ୍ୟ କରିଥିଲେ। ବୃତ୍ତିରେ ଜଣେ ଓକିଲ ହୋଇଥିଲେ ମଧ୍ୟ ରାଜନୀତି ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା। ତେଣୁ ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଥିଲେ। ସେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଚେୟାରମ୍ୟାନ, ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ, ଭାଜପାର ରାଜ୍ୟ ଉପସଭାପତି ସମେତ ବିଭିନ୍ନ ପଦବୀରେ ରହିଥିଲେ। କ୍ରମାଗତ ୩ ଥର ପରାଜୟ ବରଣ କରିବା ପରେ ସେ ଚଳିତ ନିର୍ବାଚନରେ ବିଜେଡିର ଦିଲୀପ ନାୟକଙ୍କୁ ହରାଇ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ବିଧାୟିକା ହେବା ସହ ତାଙ୍କୁ ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି। ଅନ୍ୟପଟେ ଆମ ବୋହୂ ସାଧାରଣ ଲୋକଙ୍କ ସେବା ଅକ୍ଷୁର୍ଣ୍ଣ ରଖିଆସିଛନ୍ତି ବୋଲି ପ୍ରଭାତୀଙ୍କ ଦାଦା ଶ୍ୱଶୁର ସୁକାନ୍ତ ନାୟକ ଏବଂ ୨ ଖୁଡ଼ୀଶାଶୁ ବାସନ୍ତୀ ନାୟକ ଓ ମନୋରମା ନାୟକ କହିଛନ୍ତି। ପ୍ରଭାତୀଙ୍କ ଶଶୁର ଘର ଗାଁ ତେରୁଣ୍ତିଆରେ ବିଜୟ ଉତ୍ସବ ପାଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରୁ ବଢ଼ିବ ତାତି: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ହେବନାହିଁ ପାଣିପାଗରେ ବିଶେଷ ପରିବର୍ତ୍ତନ

ଭୁବନେଶ୍ୱର,୨୬ା୨(ଅନୁରାଧା ମହାରଣା):ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ...

୧୦ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ଆକ୍ସନରେ ପ୍ରଶାସନ

ମାଲକାନଗିରି,୨୫ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ୧୦ ମ ଶ୍ରେଣୀ ଛାତ୍ରୀ ମା’ ହେବା...

ପ୍ରୟାଗରାଜରେ ବୁଡ଼ ପକାଇଲେ ରାଜ୍ୟପାଳ

ଭୁବନେଶ୍ୱର,୨୫ା୨(ସୁଚିସ୍ମିତା ସାହୁ): ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟଲେଡି ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା...

୨୮ରୁ ବଢ଼ିବ ତାତି

ଭୁବନେଶ୍ୱର,୨୫ା୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।...

ମୋ ସ୍କୁଲ ଯୋଜନାରେ ଟଙ୍କା ଆତ୍ମସାତ: ପ୍ରଧାନଶିକ୍ଷକ ନିଲମ୍ବିତ

ହରଭଙ୍ଗା,୨୫।୨(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଯୋଜନାରେ ହୋଇଥିବା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ...

ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ

ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

ଫୁଲବାଣୀ,୨୫ା୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅପହରଣ ଏବଂ ବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଫୁଲବାଣୀ ସ୍ବତନ୍ତ୍ର ପୋକ୍‌ସୋ...

ଘରେ ପଶି ହାଣିଲେ: ବଡ଼ବୋହୂ ମୃତ, ଶାଶୁ ଓ ସାନବୋହୂ ଗୁରୁତର

ଭଣ୍ଡାରିପୋଖରୀ,୨୫।୨(ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦେଓପଦା(ମେଘା) ଗ୍ରାମରେ ମଙ୍ଗଳବାର ଏକ ବର୍ବର କାଣ୍ଡ ଘଟିଛି। ଘରେ ପଶି ଜଣେ ଦୁର୍ବୃତ୍ତ ମାରଣାସ୍ତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image