ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟେକ୍ତ ଲୋକେ ଜାଳିଦେଲେ ହାଇଓ୍ବା

ଜୟପୁର,୮ା୩: କୋରାପୁଟ ଜିଲା ଜୟପୁର ସ୍ଥିତ ଭିଜିଲାନ୍ସ ଅଫିସ ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଏକ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଛି। ଉତ୍ତ୍ୟେକ୍ତ ଲୋକେ ହାଇଓ୍ବା ଗାଡି ଡ୍ରାଇଭରଙ୍କ ଧରି ନିସ୍ତୁକ ମାଡ଼ କରିଛନ୍ତି। ଫଳରେ ସେ ଅଚେତ ହୋଇପଡିଥିଲେ। ଏପରିକି ଲୋକେ ହାଇଓ୍ବାରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ମୋଟର ଅଟକି ରହିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଥିବା ବେଳେ ଉତ୍ତେଜନା ଲାଗି ରହିଛି।

Share