ଭୁବନେଶ୍ୱର,୧୩।୧୧: ମନୋଜ ମିଶ୍ରଙ୍କ ନାଁରେ ଏତଲା ପରେ ମୁହଁ ଖୋଲିଲେ ମନୋଜ। ସାମ୍ବାଦୀକ ସମ୍ମିଳନୀ କରି ନିଜ ଆଡୁ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନିଜକୁ ଡାଇରେକ୍ଟର କହୁଥିବା କିଛି ଲୋକ ଖରାପ ସିନେମା ତିଆରି କରିବା ବନ୍ଦ କରିବେ ସେଇ ଦିନ ମୁଁ ଚୁପ ରହିବି,ଏ କଳି ତୁଟିବ ବୋଲି ମନୋଜ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି , ‘ଆଗକୁ ମୁଁ ଭଲ ସିନେମା କରିବି ଏବଂ ଭଲ ବ୍ୟବସାୟ କରିବି । ଆମ ସିନେମାରେ ବ୍ୟବସାୟ ହେଉନି। ଯେଉଁମାନେ ତିଆରି କରୁଛନ୍ତି, ସିନେମା ସେମାନେ ଦାୟୀ। ଯୁବପୀଢ଼ିଙ୍କ ପାଇଁ ଓଲିଉଡକୁ ଅପ୍ଡେଟ ହେବାକୁ ପଡିବ। ଗୋଟିଏ ଭଲ ସିନେମା ଦମନ ଓ କର୍ମ ଭଳିଆ ହେଉ ଯାହା ବ୍ୟବସାୟ କରିବ । ସିନେମା ମୋ ବୋପାର ନୁହେଁ, ଏହା ଓଡ଼ିଶାବାସୀଙ୍କର । ଯିଏ ଏହାକୁ ଖରାପ କରିବ ମୁଁ କହିବି । ଯିଏ ସିନେମା ର ଶତ୍ରୁ ମୋର ବି ଶତ୍ରୁ । ଯେଉଁ ଦଳ ସାଇବର ସେଲ ଯାଇଥିଲେ ତାଙ୍କ ଦ୍ୱାରା ଭଲ ସିନେମା ହେଉନାହିଁ । ଜ୍ୟୋତି ଦାସ ‘ଗୁଡ ବୟ’ ସିନେମାର ନିର୍ମାତା। ସେ ଆଜି ପ୍ରଡ୍ୟୁସରଙ୍କୁ ଦେଖିଲେ ଲୁଚୁଛନ୍ତି । ତାପସ ସରଗରିଆ କହିଲେ ମନୋଜ ସବୁ ଜାଣିଛି’ ।
‘ଏହାସହ ପ୍ରଡ୍ୟୁସର ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମନୋଜ। ମିଶ୍ରଙ୍କ ଯୋଗୁ ୨୫ ହଜାର ଲୋକ ଜୀବିକା ହରାଉଛନ୍ତି ସେ କାହିଁକି କହିଲେ ସବ୍ୟସାଚୀ? ଆଜି ‘କର୍ମ’ ସାଢ଼େ ୬ କୋଟି ବ୍ୟବସାୟ କଲାଣି ଆଗକୁ ୧୦ କୋଟି କରିବ। ସେଇ ୨୫ ହଜାର ଲୋକ ଫାଇଦା ପାଇବେ । ତା ଛଡା ଯେଉଁମାନେ କହୁଛନ୍ତି ଯେ ମୁଁ ଚର୍ଚ୍ଚାରେ ରହିବାକୁ ଏମିତି କରୁଚି ସେମାନେ ମୋତେ ବାରମ୍ବାର ଚର୍ଚ୍ଚାକୁ ଟାଣୁଛନ୍ତ ବୋଲି ମନୋଜ ଉତ୍ତର ରଖିଛନ୍ତି।