Categories: ଜାତୀୟ

ଶ୍ରୀନଗରରେ ବାହାରିଲା ମହରମ ଶୋଭାଯାତ୍ରା

ଶ୍ରୀନଗର,୨୭ା୭: ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ବର୍ଷ ପରେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଶିୟା ସମ୍ପ୍ରଦାୟ ପକ୍ଷରୁ ଗୁରୁବାର ମହରମ ଶୋଭାଯାତ୍ରା ବାହାର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଆୟୋଜିତ ଶୋଭଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ଲାଲ୍‌ଚୌକ ଅଞ୍ଚଳ ଦେଇ ଏହା ଅତିକ୍ରମ କରିବ। ସକାଳ ୬ରୁ ୮ ମଧ୍ୟରେ ଶୋଭାଯାତ୍ରା ବାହାର କରିବା ଲାଗି ପ୍ରଶାସନ ବୁଧବାର ଅନୁମତି ଦେଇଥିଲା। ଆତଙ୍କବାଦ ଯୋଗୁ ଦୀର୍ଘବର୍ଷ ହେଲା ଶୋଭାଯାତ୍ରା ବାହାରି ପାରୁ ନ ଥିଲା।

Share