୩୩ ବର୍ଷ ପରେ ମହାରାଷ୍ଟ୍ର ସରକାରଙ୍କୁ ଜମି ଫେରାଇଲେ ଗାଭାସ୍କର

ମୁମ୍ବାଇ,୪।୫: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମୁମ୍ବାଇରେ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ପାଇଁ ୩୩ ବର୍ଷ ପୂର୍ବେ ତାଙ୍କୁ ଦିଆଯାଇଥିବା ଏକ ସରକାରୀ ଜମି ଫେରସ୍ତ କରିଛନ୍ତି।
ମହାରାଷ୍ଟ୍ରର ଗୃହମନ୍ତ୍ରୀ ଜିତେନ୍ଦ୍ର ଆୱାଡ ଗତ ବର୍ଷ ବାନ୍ଦ୍ରା ଅଞ୍ଚଳରେ ସୁନୀଲ ଗାଭାସ୍କରଙ୍କୁ ଦିଆଯାଇଥିବା ପ୍ଲଟକୁ ବ୍ୟବହାର ନ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଜମିରେ ଗାଭାସ୍କର ଏକ କ୍ରିକେଟ ଏକାଡେମୀ ପ୍ରତିଷ୍ଠା କରିବାର ଥିଲା, କିନ୍ତୁ ତିନି ଦଶନ୍ଧି ପରେ ମଧ୍ୟ ଏହା ହୋଇପାରି ନାହିଁ। ଜଣେ ରାଜ୍ୟ ସରକାରୀ ଅଧିକାରୀ କହିଛନ୍ତି ଯେ, ସୁନୀଲ ଗାଭାସ୍କର ଏହି ଜମିକୁ ମହାରାଷ୍ଟ୍ରର ଗୃହ ଏବଂ କ୍ଷେତ୍ର ବିକାଶ ପ୍ରାଧିକରଣ (ଏମ୍‌ଏଚ୍‌ଏଡିଏ)କୁ ଫେରାଇ ଦେଇଛନ୍ତି।
ସୁନୀଲ ଗାଭାସ୍କର ବାନ୍ଦ୍ରାଠାରେ ଦିଆଯାଇଥିବା ପ୍ଲଟରେ କ୍ରିକେଟ ଏକାଡେମୀ ସ୍ଥାପନ କରି ନ ପାରିଥିବା କଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଯୋଗେ ଜଣାଇଥିଲେ। ମହାରାଷ୍ଟ୍ର ହାଉସିଂ ଆଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (ଏମ୍‌ଏଚ୍‌ଏଡିଏ) ଗାଭାସ୍କରଙ୍କୁ ଏହି ପ୍ଲଟ ଫେରସ୍ତ ପାଇଁ ଅନୁରୋଧ କରିଥିଲା।

Share