Categories: ଜାତୀୟ

ସଂସଦରେ ଛୁଇଁଲେ ପାଦ, ଏବେ ମୋଦିଙ୍କ ଆଙ୍ଗୁଠିରେ କ’ଣ ଦେଖୁଛନ୍ତି ନୀତୀଶ… ଭିଡିଓ ଭାଇରାଲ

ନାଳନ୍ଦା,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଐତିହାସିକ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ମନ ଭରି ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ଦେଖିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳର ୧୦ଦିନ ମଧ୍ୟରେ ମୁଁ ବିହାରର ନାଲନ୍ଦାରେ ପହଞ୍ଚିଛି। ନାଲନ୍ଦାକୁ ଆସିବା ମୋର ସୌଭାଗ୍ୟ। ସେ କହିଛନ୍ତି ଯେ ନିଆଁରେ ବହି ଜଳିଯାଇଥିଲେ ମଧ୍ୟ ଜ୍ଞାନ ଲିଭାଯାଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ନାଲନ୍ଦାର ଏହି ନୂତନ କ୍ୟାମ୍ପସ କେବଳ ଦେଶ ନୁହେଁ ବିଶ୍ୱକୁ ମଧ୍ୟ ଭାରତର ସମ୍ଭାବନାକୁ ପରିଚିତ କରାଇବ। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ନାଲନ୍ଦା ବିଶ୍ୱବିଦ୍ୟାଳୟର ଏହି କାର୍ଯ୍ୟକ୍ରମର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହା ଦେଖିବାକୁ ମିଳେ ଯେ ବିାହାର ମୁଖ୍ୟମନ୍ତ୍ରୀ ନୀତୀଶ ବହୁତ କୌତୁହଳ ସହ ମୋଦିଙ୍କ ଆଙ୍ଗୁଳି ଦେଖୁଛନ୍ତି। ଏହା ପରେ ଉଭୟଙ୍କୁ ହସୁଥିବା ମଧ୍ୟ ଦେଖିବାକୁ ମିଳେ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁଥିଲେ। ବର୍ତ୍ତମାନ, ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସର ଉଦଘାଟନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଙ୍ଗୁଳି ଦେଖୁଥିବାର ନଜର ଆସିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କିପରି ମୋଦିଙ୍କ ହାତ ଧରିଛନ୍ତି ଏବଂ ତାଙ୍କ ଆଙ୍ଗୁଠି ଦେଖୁଛନ୍ତି ତାହା ସ୍ପଷ୍ଟ ଭାବେ ଦେଖାଯାଇପାରେ। ଏହି ସମୟରେ ସେମାନଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ହୋଇଥିଲା ଏବଂ ପରେ ଉଭୟ ନେତା ହସିଲେ। ବର୍ତ୍ତମାନ ତାଙ୍କର ଏହି ଭିଡିଓ ସବୁଆଡେ ଭାଇରାଲ ହେଉଛି।

Share