ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ଦନ୍ତା ଉଠି ମାରିଲା: ଫରେଷ୍ଟ ଗାର୍ଡ ଗୁରୁତର

ସଜନାଗଡ଼,୮।୩(ଡି.ଏନ୍‌.ଏ.): ହାତୀକୁ ଚିକିତ୍ସା କରିବାକୁ ଯାଇ ଅସୁସ୍ଥ ଦନ୍ତାର ପାଲଟା ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନୀଳଗିରି କୁଲଡିହା ଅଭୟାରଣ୍ୟରେ ।
ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ଶଶିକଳା ସାହୁ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ମେଡ଼ିକାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ପଞ୍ଚଲିଙ୍ଗେଶ୍ୱର ବିଟ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ ମଧ୍ୟ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଞ୍ଚଳରେ କିଛିଦିନ ହେବ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ବନବିଭାଗ ଜଗିଥିଲା। ଟ୍ରାଙ୍କୁଲାଇଜ କରି ତାକୁ ଚିକିତ୍ସା ପାଇଁ ଟିମ୍‌ ୪ ଦିନ ହେବ କର୍ମଚାରୀ ମୁତୟନ ଥିଲେ। ଟ୍ରାଙ୍କୁଲାଇଜ କରି ହାତୀର ଚିକିତ୍ସା କରିବାକୁ ଯାଉଥିବାବେଳେ ହାତୀଟି ପାଲଟା ଆକ୍ରମଣ କରିଥିବା ସୂଚନା ମିଳିଛି।