କପିଳାସ ଗଲା ନରହନ୍ତା ହାତୀ

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ ଉତ୍ପାତ ଚଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଜିଲାର କପିଳାସକୁ ପଠାଯାଇଛି। ସେଠାରେ ହାତୀର ସ୍ବାସ୍ଥ୍ୟ ପରୀକ୍ଷା ସହ ୨୪ ଘଣ୍ଟିଆ ଡାକ୍ତରୀଦଳ ନିରୀକ୍ଷଣ କରିବେ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ୪ ଦିନ ମଧ୍ୟରେ ୪ ଜଣଙ୍କ ଜୀବନ ନେବା ପରେ ବନ ବିଭାଗ ପକ୍ଷରୁ ହାତୀକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ହାତୀକୁ କାବୁ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ବାରିପଦା ବନଖଣ୍ଡ ଅଧିକାରୀ ଏ.ଉମା ମହେଶଙ୍କ ନେତୃତ୍ୱରେ ବିଭାଗୀୟ ଗାଇଡ୍‌ଲାଇନ ଅନୁଯାୟୀ ହାତୀକୁ କାବୁ କରିବାର ଦିନକ ପୂର୍ବରୁ ବନବିଭାଗର ୧୫ଜଣ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଗଠନ ସହ ମକ୍‌ଡ୍ରିଲ୍‌ କରାଯାଇଥିଲା। ପରେ ଯୋଜନା ଅନୁଯାୟୀ କାର୍ଯ୍ୟାରମ୍ଭ କରାଯାଇଥିଲା।

ବେତନଟୀ ରେଞ୍ଜ ଅଧୀନ ତସରଡ଼ା ଗଁାରେ ବନ ବିଭାଗ ଟିମ୍‌ ଛକି ରହିଥିଲା। ହାତୀ ଗଁାରେ ପ୍ରବେଶ କରି ଏକ ଦୋକାନ ଘରକୁ ଭାଙ୍ଗିଥିଲା। ସ୍ବତନ୍ତ୍ର ବିଶେଷଜ୍ଞଙ୍କ ଦ୍ୱାରା ହାତୀକୁ ପ୍ରଥମେ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ହାତୀଟି ଦେଢ଼ କି.ମି. ପର୍ଯ୍ୟନ୍ତ ଦୌଡ଼ିବାକୁ ଲାଗିଥିଲା। ଅଧଘଣ୍ଟା ପରେ ପୁନର୍ବାର ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଟ୍ରାଙ୍କୁଲାଇଜ୍‌ର ୫ଘଣ୍ଟା ପରେ ମାହୁନ୍ତ ଓ ଡାକ୍ତରୀଦଳ ଉପସ୍ଥିତିରେ ହାତୀକୁ ଜେସିବି ସାହାଯ୍ୟରେ ଟ୍ରକ୍‌ରେ ଲଦାଯାଇଥିଲା। ପରେ ଟ୍ରକ୍‌ ଯୋଗେ କପିଳାସ ପଠାଯାଇଛି। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀମାନେ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ସୂଚନା: ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର,୨୭ା୯: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ...

ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି...

ସୋସିଆଲ ମିଡିଆ ପୋଷ୍ଟରୁ ଭଦ୍ରକରେ ଶାନ୍ତି: ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ...

ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ…

ରାଉରକେଲା,୨୭ା୯(ସଙ୍ଗୀତା ଜେନା): ରାଉରକେଲା ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମାଲଗୋଦାମ...

ଧାନ କିନାକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ: କଟନୀଛଟନୀ ବନ୍ଦ, ୪୮ ଘଣ୍ଟାରେ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର,୨୭ା୯: ଲୋକସେବା ଭବନର କନଭେନସନ ହଲରେ ଶୁକ୍ରବାର ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ...

ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମିତିସଭ୍ୟ: ବ୍ୟାକ୍‌ଫୁଟ୍‌ରେ ବିଜେଡି

ଭବାନୀପାଟଣା/ଥୁଆମୁଳ ରାମପୁର,୨୭।୯ (ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ରାଜନିତୀରେ ଏବେ ହଟଚମଟ ଦେଖିବାକୁ ମିଳିଛି । ସ୍ଥାନୀୟ...

ଜେଲରେ ବିଇଓ, ଶିକ୍ଷକଙ୍କୁ ମିଳିପାରୁନି ଦରମା

ଛତ୍ରପୁର,୨୭ା୯(ସନ୍ତୋଷ ପାଢୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୀତାରାମ ପାତ୍ରଙ୍କ ଘରେ ଅଗଷ୍ଟ ୩୧ ତାରିଖରେ ଭିଜିଲାନ୍ସ ଟିମ୍‌...

କାନ୍ଥତଳେ ଚାପିହୋଇ ଚାଲିଗଲା ୨ ବର୍ଷର ଶିଶୁ କନ୍ୟାଙ୍କ ଜୀବନ

ପାଟଣା,୨୭।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତର ବାରତଣିଆ ଗ୍ରାମର ଅଘଟଣ ଘଟିଛି। କାନ୍ଥ ତଳେ ଚାପି ହୋଇ ୨...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri