ଓ୍ବାଶିଂଟନ,୮।୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସୋମବାର ଇସ୍ତଫା ଦେଇଥିଲେ। ଏହାର କିଛି ଘଣ୍ଟା ପରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାନାଡକୁ ୫୧ତମ ରାଜ୍ୟ ଭାବେ ଆମେରିକାରେ ମିଶ୍ରଣ ପାଇଁ ଆହ୍ବାନ ଦେଇଛନ୍ତି। ନୂଆ ନେତା ନିର୍ବାଚିତ ହେବା ପର୍ଯ୍ୟନ୍ତ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ରହିବେ। ୭୮ ବର୍ଷୀୟ ଟ୍ରମ୍ପ୍ଙ୍କର ପୂର୍ବ ପାଳି (୨୦୧୭-୨୧) ପ୍ରଶାସନରେ ମଧ୍ୟ ଟ୍ରୁଡୋଙ୍କ ସହ ଭଲ ସମ୍ପର୍କ ନ ଥିଲା। ଗତ ନଭେମ୍ବର ୫ରେ ଟ୍ରମ୍ପ୍ ପୁନର୍ବାର ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କାନାଡାକୁ ଆମେରିକାରେ ସାମିଲ କରିବା ପାଇଁ କହିଥିଲେ। ଏହା ପରେ ସେ ସାମାଜିକ ଗଣମାଧ୍ୟରେ ଏହି କଥାକୁ ବାରମ୍ବାର ଦୋହରାଇଲେଣି।