Categories: ଜାତୀୟ

ଟ୍ରମ୍ପ ନିର୍ବାଚନ ଜିତିବା ପରେ ପ୍ରଥମେ ୩ ଜଣଙ୍କୁ କରିଥିଲେ କଲ୍‌: ଜୟଶଙ୍କର ଖୋଲିଲେ ରାଜ୍‌

ନୂଆଦିଲ୍ଲୀ,୧୧।୧୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଭାରତ-ଆମେରିକା ସମ୍ପର୍କକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ କରିଥିବା ପ୍ରଥମ ତିନିଟି କଲ ମଧ୍ୟରୁ ଗୋଟିଏ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରାଯାଇଥିଲା। ଟ୍ରମ୍ପ କ୍ଷମତାକୁ ଆସିବା ପରେ ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ କ’ଣ ପ୍ରଭାବ ପକାଇବ ସେ ନେଇ ସେ ଆଲୋଚନା କରିବା ସମୟରେ ଜୟଶଙ୍କର ଏହା କହିଛନ୍ତି।

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ, କେଉଁ ଦେଶର ଚିନ୍ତା ବଢିଛି ଏବଂ କେଉଁ ଦେଶ ତାଙ୍କ ଶକ୍ତିରୁ ଉପକୃତ ହୋଇପାରିବେ ତାହା ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ। ଏହି ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ମୁଁ ଜାଣେ ଆଜି ଅନେକ ଦେଶ ଆମେରିକାକୁ ନେଇ ଚିନ୍ତିତ ଅଛନ୍ତି, କିନ୍ତୁ ଭାରତ ସେମାନଙ୍କ ମଧ୍ୟରେ ନାହିଁ।

ଜୟଶଙ୍କରଙ୍କୁ ପଚରାଯାଇଥିଲା ଯେ, ଆମେରିକାର ନିର୍ବାଚନର ଫଳାଫଳ ଆମେରିକା ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଭାବିତ କରିପାରିବ କି ନାହିଁ। ଏହାର ଜବାବରେ ଜୟଶଙ୍କର କହିଛନ୍ତି, ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ଭଲ ସମ୍ପର୍କ ବଜାୟ ରଖିଛନ୍ତି। ଆଗକୁ ମଧ୍ୟ ତାହା ଜାରି ରହିବ।

Share