ତୁନିଶାଙ୍କ ପରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ

ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଥମି ନ ଥିବା ବେଳେ ମନୋରଞ୍ଜନଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଝାଡ଼ଖଣ୍ଡର ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ପଶ୍ଚିମବଙ୍ଗର ହାଇଓ୍ବେରେ ଏହି ଘଟଣା ଘଟିଛି। ରିୟା ସ୍ବାମୀ ପ୍ରକାଶ କୁମାରଙ୍କ ସହ ଗାଡ଼ିରେ ଆସୁଥିଲେ। ଠିକ୍‌ ସେତିକି ବେଳେ କିଛି ଗୁଣ୍ଡା ସେମାନଙ୍କୁ ଅଟକାଇ ସ୍ବାମୀଙ୍କଠାରୁ ଲୁଟ୍‌ କରିବାକୁ ଚେଷ୍ଟା କରିଥିଲେ। ଏହାଦେଖି ରିୟା ମଝିକୁ ଚାଲି ଆସିଥିଲେ। ଅପରାଧିମାନେ ରାଗରେ ତାଙ୍କ ଉପରେ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ରିୟା ପରିବାର ସହ ହାଓ୍ବଡା ଦେଇ କଲିକତା ଯାଉଥିଲେ। ଗାଡ଼ିରେ ତାଙ୍କର ସ୍ବାମୀ ପ୍ରକାଶ କୁମାର ଏବଂ ଅଢ଼େଇ ବର୍ଷର ଝିଅ ଥିଲେ। ଘଟଣା ପରେ ପ୍ରକାଶ ଗାଡ଼ି ଚଳାଇ ରାଜାପୁର ଥାନା ପିରତଲ୍ଲାରେ ପହଞ୍ଚି ସମସ୍ତ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Share