ତୁନିଶାଙ୍କ ମୃତ୍ୟୁ ପରେ ଶୁଟିଂସେଟ୍‌ରେ ବଢୁଛି ଭୟ

ମୁମ୍ବାଇ: ୨୦ ବର୍ଷ ବୟସରେ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ତୁନିଶାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ଅଭିନେତ୍ରୀ କିପରି ଏପରି ଭୟଙ୍କର ପଦକ୍ଷେପ ନେଲେ ତାହା କେହି ବୁଝି ପାରୁନାହାନ୍ତି। ତେବେ ଇଣ୍ଡଷ୍ଟ୍ରିରେ ଏହା ପ୍ରଥମ ଘଟଣା ନୁହେଁ, ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରିରେ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି। ଏଥିସହିତ ତୁନିଶାଙ୍କ ମୃତ୍ୟୁ ପରେ ସେଟ୍‌ରେ ଥିବା ସମସ୍ତେ ତାଙ୍କୁ ଡରୁଛନ୍ତି।

ଅଲ ଇଣ୍ଡିଆ ସିନେ ଓ୍ବାର୍କର୍ସ ଆସୋସିଏଶନର ସଭାପତି ସୁରେଶ ଶ୍ୟାମଲାଲ ଗୁପ୍ତା କହିଛନ୍ତି, ତୁନିଶାଙ୍କ ମୃତ୍ୟୁ ପରେ ସେ ସେଟ୍‌କୁ ଯାଇଥିଲେ ଏବଂ ସେଠାରେ ସମସ୍ତେ ଭୟଭୀତ ଅଛନ୍ତି। ସେ କହିଛନ୍ତି, ସେଠାରେ ନିଶ୍ଚିତ ଭାବେ କିଛି ଭୁଲ ଅଛି ଏବଂ ତଦନ୍ତ ପରେ ଅନେକ କିଛି ବାହାରକୁ ଆସିବ। ଏଥିସହ ସେ ଏହି ପ୍ରସଙ୍ଗରେ ଏସ୍‌ଆଇଟି ଦାବି କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଏହି ପ୍ରସଙ୍ଗରେ ଧ୍ୟାନ ଦେବା ଉଚିତ। ଏସ୍‌ଆଇଟି ଗଠନ କରି ଏହାର ଅନୁସନ୍ଧାନ କରିବା ଉଚିତ। ମହିଳାମାନେ ସେଟରେ ସୁରକ୍ଷିତ ନୁହନ୍ତି, ସେଟ୍‌ ବହୁତ ଭିତରେ ଅଛି ଏବଂ ଲୋକମାନେ ସେଠାକୁ ଯିବାକୁ ଡରୁଛନ୍ତି।

୨୪ ଡିସେମ୍ବରରେ ଶୋ’ର ସେଟ୍‌ରେ ତୁନିଶା ଆତ୍ମହତ୍ୟା କରିଥିଲେ। ଏହି ଅଭିନେତ୍ରୀଙ୍କ କୋ-ଷ୍ଟାର ଶିଜାନ ଖାନଙ୍କ ମେକ୍‌ ଇନ୍‌ ରୁମର ଟଏଲେଟ୍‌ରେ ଫାଶୀ ଲଗାଇ ଦେଇଥିଲେ। ତାଙ୍କ ମୃତ୍ୟୁ ପାଇଁ ତୁନିଶାଙ୍କ ମା’ ତାଙ୍କ ପୂର୍ବତନ ପ୍ରେମିକ ଶିଜାନଙ୍କୁ ଦାୟୀ କରିଛନ୍ତି। ଶିଜାନଙ୍କୁ ପୋଲିସ ଗିରଫ ବି କରିଛି। ଏଥି ସହିତ ଆସନ୍ତାକାଲି ଅର୍ଥାତ୍‌ ଡିସେମ୍ବର ୨୭ରେ ତୁନିଶାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।

Share