ନୂଆଦିଲ୍ଲୀ,୨୩।୨: ତୁର୍କୀ-ସିରିଆ ପରେ ଏବେ ଭାରତ ତାକିକିସ୍ତାନକୁ ଭୂକମ୍ପ ପରିସ୍ଥିତିର ମୁକାବିଲା କରିବାରେ ସହାୟତା କରିବ। ଗୁରୁବାର ତାଜିକିସ୍ତାନରେ ହୋଇଥିବା ଭୂକମ୍ପ ପରେ ଭାରତ ପରିସ୍ଥିତି ଉପରେ ନଜର ରଖିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଜିକିସ୍ତାନରେ ହୋଇଥିବା ଭୂକମ୍ପର ସ୍ଥିତି ସମୀକ୍ଷା କରିବା ସହ ଏହାର ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିଛନ୍ତି। ସୂଚନା ଅନୁଯାୟୀ, ଭାରତୀୟ ଅଧିକାରୀମାନେ ତାଜିକିସ୍ତାନର ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବା ସହ ଭାରତ ସରକାର ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ସ୍ଥାନୀୟ ସମୟାନୁସାରେ ସକାଳ ୫ଟା ୩୭ରେ ତାଜିକିସ୍ତାନରେ ୬.୮ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା।