Categories: ଜାତୀୟ

ଟୁଇଟର ପରେ ଏବେ ଇନ୍‌ଷ୍ଟାଗ୍ରାମ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ,୧୬।୬: ମୋଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ୍‌ ଟୁଇଟର ପରେ ଏବେ ଫଟୋ ଓ ଭିଡ଼ିଓ ନେଟଓ୍ବାର୍କିଂ ସାଇଟ ଇନ୍‌ଷ୍ଟାଗ୍ରାମ ବି ଯାଞ୍ଚ ଘେରକୁ ଆସିଛି। ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ଟିମ୍‌ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଇନ୍‌ଷ୍ଟାଗ୍ରାମ ବିରୋଧରେ ମାମଲା ରୁଜୁ କରିଛି। ଗତ କିଛି ସମୟରୁ ଇନ୍‌ଷ୍ଟାଗ୍ରାମ ବିରୋଧରେ ଧାର୍ମିକ ଓ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗ ହୋଇଛି। ମଙ୍ଗଳବାର ଏହି ଏଫ୍‌ଆଇଆର ରୁଜୁ କରାଯାଇଥିବା ବେଳେ ଧାରା ୧୫୩ ଅର୍ଥାତ୍‌ ଧାର୍ମିକ ଗୋଷ୍ଠୀ ବିରୋଧରେ ପରସ୍ପର ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ନେଇ ଏଥିରେ ଉଲ୍ଲେଖ କରାଯାଇଛି। ତେବେ ପଚାରାଉଚରା ପାଇଁ ସ୍ପେଶାଲ ଟିମ୍‌ ଖୁବ୍‌ଶୀଘ୍ର ଇନ୍‌ଷ୍ଟାଗ୍ରାମକୁ ନୋଟିସ ପଠାଇପାରେ। ଏଥିସହ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସହ ଜଡ଼ିତ ଥିବା ଅଧିକାରୀଙ୍କ ବୟାନ ରେକର୍ଡ କରାଯିବା ପରେ ଦୋଷୀ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।

Share