ଦୁଇଦିନ ପରେ ସମସ୍ତ କଥା କହିବେ ବାବୁସାନ୍‌

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଅନେକ ତର୍କ, ବିତର୍କ, ଆଶା, ଆଶଙ୍କା ମଧ୍ୟରେ ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ବୁଧବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବାବୁସାନ୍‌ ସିଧା ଘରକୁ ଯାଇଥିଲେ। ଗଣମାଧ୍ୟମ ଆଗରେ ସେ କିଛି କହି ନ ଥିଲେ। କିନ୍ତୁ ତାଙ୍କ ମା’ ଅପରାଜିତା ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି, ବାବୁ ତା’ ମନର କଥା କହିବ। ସେ ଦୁଇଦିନ ସମୟ ନେଇଛନ୍ତି।

ଅପରାଜିତା କହିଛନ୍ତି, ‘ଦୁଇ ଦିନ ସମୟ ଦିଅନ୍ତୁ । ବାବୁସାନ ତା’ ମନର ସମସ୍ତ କଥା ଆପଣମାନଙ୍କୁ କହିବ। ଆପଣମାନଙ୍କ ଭଲ ପାଇବା ପାଇଁ ସେ ଫେରି ଆସିଛି। ଏବେ ସେ ରେଷ୍ଟ ନେଉଛି, ଦୟାକରି ଘର ଆଗରେ ଭିଡ଼ କରନ୍ତୁ ନାହିଁ ।’

Share