Categories: ଜାତୀୟ

ନିର୍ବାଚନ ପରେ ଫେରିପାରେ କୃଷି ଆଇନ

ଲକ୍ଷ୍ନୌ,୨୧।୧୧: ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପରେ କେନ୍ଦ୍ର ସରକାର ବାତିଲ ଘୋଷିତ କରିଥିବା କୃଷି ଆଇନକୁ ଫେରାଇ ଆଣିପାରନ୍ତି। ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ରା ଓ ଉନ୍ନାଓର ଭାଜପା ଏମ୍‌ପି ସାକ୍ଷୀ ମହାରାଜ ଏ ନେଇ ମନ୍ତବ୍ୟ ଦେବା ପରେ ଆଶଙ୍କା ବ୍ୟକ୍ତ କରିଛି ସମାଜବାଦୀ ପାର୍ଟ (ସପା)।

ଗତ ଶୁକ୍ରବାର ୩ ବିବାଦୀୟ କୃଷି ଆଇନ ଉଚ୍ଛେଦ କରିବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗାମୀ ଶୀତ ଅଧିବେଶନ ବେଳେ ସଂସଦରେ କୃଷି ଆଇନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

”ବର୍ତ୍ତମାନ ଏହା ସ୍ପଷ୍ଟ ଯେ, ସେମାନଙ୍କ ହୃଦୟ ସଫା ନାହିଁ। ନିର୍ବାଚନ ପରେ ବିଲକୁ ପୁଣି ଥରେ ଅଣାଯିବ। ଏ ନେଇ ସାମ୍ବିଧାନିକ ପଦବୀରେ ଥିବା ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ରା ଓ ଭାଜପା ଏମ୍‌ପି ସାକ୍ଷୀ ମହାରାଜ କହିଛନ୍ତି। ଏହା ହେଉଛି ଚାଷୀଙ୍କୁ ମିଛ କ୍ଷମା ମାଗୁଥିବା ବ୍ୟକ୍ତିଙ୍କ ଅସଲ ଉଦ୍ଦେଶ୍ୟ। ଚାଷୀମାନେ ୨୦୨୨ରେ ପରିବର୍ତ୍ତନ ଆଣିବେ“ ବୋଲି ସପା ପକ୍ଷରୁ ହିନ୍ଦୀରେ ଟୁଇଟ୍‌ କରାଯାଇଛି।

 

Share