ଟ୍ରୋଲ ହେଲେ ନେହା ଭାସିନ

ମୁମ୍ବାଇ: ବଲିଉଡ ସିଙ୍ଗର ନେହା ଭାସିନ ବିଗ ବସ ଓଟିଟିରେ ଭାଗ ନେବା ପରଠାରୁ ଅନଲାଇନ ଟ୍ରୋଲର ଶିକାର ହେଉଛନ୍ତି । ଟ୍ରୋଲର୍ସ ସବୁବେଳେ ତାଙ୍କୁ ସପ୍ଟ ଟାର୍ଗେଟ କରୁଥିବା ନଜର ଆସିଛି । ଅଧିକାଂଶ ସମୟରେ ସେ ତାଙ୍କର ବୋଲଡ ଲୁକ୍ସକୁ ନେଇ ଟ୍ରୋଲର ଶିକାର ହେଉଛନ୍ତି । ନିକଟରେ ସେ ତାଙ୍କର ବିକିନି ଡ୍ୟାନ୍ସକୁ ନେଇ ଟ୍ରୋଲର ଶିକାର ହୋଇଥିଲେ । ଏବେ ଏକ ନୂଆ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି ।
ସୂଚନାଯୋଗ୍ୟ, ସୋମବାର ନେହା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ସେ ଖୁବ୍ ବୋଲ୍ଡ ଅନ୍ଦାଜରେ ନଜର ଆସିଥିଲେ । ସେ ଟ୍ୟୁବ ଟପ ଓ ପ୍ୟାଣ୍ଟରେ କର୍ଟସକୁ ପ୍ଲାଣ୍ଟ କରୁଥିବା ଦେଖାଯାଇଥିଲା । ଏହାସହ ସେ କଟ-ଆଉଟ ବ୍ଲାକ କୋ-ଆର୍ଡ ସେଟ ପିନ୍ଧିଥିଲେ ଓ ଡ୍ରେସର ଚାରିପଟେ ସୁନେଲି ରଙ୍ଗର ଡିଟେଲିଂ ହୋଇଥିଲା । ନେହା ତାଙ୍କ ଡ୍ରେସକୁ ଗୋଲଡେନ ଚୋକର, ମ୍ୟାଚିଂ ରିଙ୍ଗସ ଶିମରି ସୁଜ ସହ ପେୟାର କରିଥିଲେ । ସୁନେଲି ସ୍ମୋକି ଆଖି ଓ ଚିକମିକ ଓଠ ସହ ତାଙ୍କ ମେକଅପ ଏକଦମ ପରଫେକ୍ଟ ଥିଲା । ଏହାକୁ ଶେୟାର କରି କ୍ୟାପଶନରେ ଲେଖିଥିଲେ, ‘ଏଲିୟନ ସୁପରଷ୍ଟାର: ମେ ଇସ ଦୁନିଆ କେ ଲିଏ ବହୁତ କ୍ଲାସି ହୁଁ’ । ହେଲେ ନେହାଙ୍କ ଏହ ଅବତାର ଦେଖିବା ପରେ ୟୁଜର୍ସ ତାଙ୍କୁ ଉର୍ଫି ଯାଭେଦଙ୍କ ସହ ତୁଳା କରିଛନ୍ତି ।

Share