Categories: ଖେଳ

ଭିନେଶଙ୍କ ପରେ ସରିତା-ସଂଗୀତା ମାଗିଲେ ର଼୍ୟାଙ୍କିଂ ଟୁର୍ନାମେଣ୍ଟ ପାଇଁ ଅନୁମତି

ନୂଆଦିଲ୍ଲୀ,୧।୭:ଭିିନେଶ ଫୋଗାଟଙ୍କ ପରେ ବଜରଙ୍ଗଙ୍କ ପତ୍ନୀ ସଂଗୀତା ଫୋଗାଟ ଏବଂ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା ସରିତା ମୋର୍‌ ବୁଡାପେଷ୍ଟରେ ଆୟୋଜିତ ହେବାକୁ ଥିବା ୪ର୍ଥ ର଼୍ୟାଙ୍କିଂ ଟୁର୍ନାମେଣ୍ଟରେ ଖେଳିବାକୁ ଅନୁମତି ମାଗିଛନ୍ତି। ୧୩ ରୁ ୧୬ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ପାଇଁ ଭିନେଶଙ୍କୁ ଅନୁମତି ଦିଆଯାଇଛି। ଭିନେଶ ଏହି ଟୁନର୍ର୍ାମେଣ୍ଟରେ ଖେଳିବା ସହ ଏସୀୟ ଗେମ୍‌ ଟ୍ରାଏଲର ପ୍ରସ୍ତୁତି ପାଇଁ ରବିବାର ହଙ୍ଗେରୀର କିର୍ଗିଜସ୍ତାନକୁ ଯାତ୍ରା କରୁଛନ୍ତି।

କୁସ୍ତିର ତଦର୍ଥ କମିଟି ପକ୍ଷରୁ ଟୁର୍ନାମେଣ୍ଟ ଖେଳିବା ନାଇଁ ଟିମ୍‌ ପଠାଯାଉ ନାହିଁ। କିନ୍ତୁ ଭିିନେଶ ଏଥିରେ ଖେଳିବାକୁ ଅନୁରୋଧ କରିଥିଲେ। ବର୍ତ୍ତମାନ ୫୯ ଓଜନ ବର୍ଗର ପୂର୍ବତନ ବିଶ୍ୱ ଚାମ୍ପିଅନସିପ ବିଜେତା ସରିତା ମୋର୍‌ ଟପ୍ସ ମାଧ୍ୟମରେ ଏହି ଟୁର୍ନାମେଣ୍ଟରେ ଖେଳିବାକୁ କହିଛନ୍ତି।

Share