Categories: ଜାତୀୟ

ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ‘ଇଣ୍ଡିଆ’କୁ ଝଟକା

ମୁମ୍ବାଇ,୨୯।୧୨: ଲୋକ ସଭା ନିର୍ବାଚନ ୨୦୨୪ରେ ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଏନଡିଏ ମିଳିତ ମଞ୍ଚର ମୁକାବିଲା ପାଇଁ ଗଠିତ ୨୮ଟି ଦଳର ‘ଇଣ୍ଡିଆ’ ମିଳିତ ମଞ୍ଚରେ ଆସନ ବଣ୍ଟନ ଏପର୍ଯ୍ୟନ୍ତ ହୋଇନାହିଁ। ଏହାପୂର୍ବରୁ ମଧ୍ୟ ଆଞ୍ଚଳିକ ଦଳମାନେ ସେମାନଙ୍କର ଦାବି ଉପସ୍ଥାପନ କରିବା ଆରମ୍ଭ କରି ଦେଇଛନ୍ତି। ଗୁରୁବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ଲୋକ ସଭା ନିର୍ବାଚନରେ ସେ ରାଜ୍ୟର କୌଣସି ଦଳ ସହ ମେଣ୍ଟ କରିବେ ନାହିଁ। ବର୍ତ୍ତମାନ ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନା (ୟୁବିଟି) ମଧ୍ୟ ମହାରାଷ୍ଟ୍ରରେ ଆସନ ଦାବି କରିଛି।
ଶିବସେନା ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ବିଭାଜନ ସତ୍ତ୍ୱେ ଆମେ ମହାରାଷ୍ଟ୍ରର ସବୁଠାରୁ ବଡ ଦଳ। ଆମେ ୨୩ ଟି ଆସନରେ ନିର୍ବାଚନ ଲଢୁଛୁ। ଗତ ନିର୍ବାଚନରେ ଆମେ ଏହି ୧୮ଟି ସିଟ ଜିତିଥିଲୁ। ଏଥର ମଧ୍ୟ ଆମେ ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢିବୁ। ତେବେ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନସିପି (ଶରଦ ପାୱାରଙ୍କ ଦଳ) ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ।

 

Share