ଓ୍ବାର୍ଣ୍ଣରଙ୍କୁ ଛାଡୁନି ‘ପୁଷ୍ପା’ ଫିଭର୍‌

ମୁମ୍ବାଇ,୨୧।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ବଡ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ଡେଭିଡ ୱାର୍ଣ୍ଣର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ଉଇକେଟରେ ବିଜୟ ଦେଇଥିଲେ। ୱାର୍ଣ୍ଣର ୩୦ଟି ବଲରୁ ୬୦ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ଇନିଂସରେ ୱାର୍ଣ୍ଣର ୧୦ ଚୌକା ଓ ଗୋଟିଏ ଛକା ମାରିବାରେ ସଫଳ ହୋଇଥିଲେ।
ଡେଭିଡ ୱାର୍ଣ୍ଣର ୬୦ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟ ଦେବା ପରେ ପାଭିଲିୟନକୁ ଫେରୁଥିବାବେଳେ ପୁଷ୍ପା ଶୈଳୀ ‘ମେଁ ଝୁକେଗା ନେହଁି’ରେ ସେଲିବ୍ରେସନର କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ମଧ୍ୟ ମଛରେ ନଥିଲେ ସେ ମଧ୍ୟରେ ପୁଷ୍କା ଶୈଳୀରେ ସେଲିବ୍ରେସନ କରୁତତ୍ବାର ନଜର ଆସିଥିଲେ। ପୂର୍ବରୁ ମଧ୍ୟ ଅନେକଥର ଓ୍ବାର୍ଣ୍ଣର ପୁଷ୍ପା ଡାଏଲଗରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ।
ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନରଙ୍କ ସୁପର ବୋଲିଂ ସହାୟତାରେ ପଞ୍ଜାବ କିଙ୍ଗ୍ସକୁ ମାତ୍ର ୧୧୫ ରନ୍‌ରେ ଅଟକାଇଥିଲା। ତା’ପରେ ଓପନର୍‌ ୱାର୍ଣ୍ଣର ୬୦ ଏବଂ ୪୧ ଆକ୍ରମଣାତ୍ମକ ବ୍ୟାଟିଂ କରି ପ୍ରଥମ ଉଇକେଟ ପାଇଁ ୮୩ ରନର ଭାଗିଦାରୀ କରିଥିଲେ। ଏହା ସହ ଦଳ ୧୦.୩ ଓଭରରେ ଗୋଟିଏ ଉଇକେଟ ହରାଇ ସହଜରେ ୧୧୯ ରନ କରି ମ୍ୟାଚ୍‌ ଜିତିଥିଲା।

Share