ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ନାମାଙ୍କନ ଭରିଲେ ଆଶିଷ

ଭୋଗରାଇ,୧୪l୫(ପ୍ରଦୀପ ଦାସ)-ସାଧାରଣ ନିର୍ବାଚନ ଲାଗି ନାମାଙ୍କନର ଶେଷ ଦିନରେ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଆଶିଷ କୁମାର ପାତ୍ର ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।

ପୂର୍ବରୁ ବିଜେଡି ପ୍ରାର୍ଥୀ ଗୌତମବୁଦ୍ଧ ଦାସ ଓ କଂଗ୍ରେସର ସତ୍ୟଶିବ ଦାସ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଭାଜପା ପ୍ରାର୍ଥୀ ମଙ୍ଗଳବାର ସକାଳ ୭ଟାରେ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ନିଜ ସମର୍ଥକଙ୍କ ସହିତ ମନସ୍କାମନା ପୂର୍ଣ୍ଣ ନିମନ୍ତେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଶିବଙ୍କ ଆଶିଷ କରୁଣା ନିମନ୍ତେ ଆରାଧନା କରି ଜୟଯାତ୍ରା ଶୁଭାରମ୍ଭ କରିଛନ୍ତି।

ଭାଜପା ପ୍ରାର୍ଥୀଙ୍କ ସମର୍ଥନରେ ହଜାର ହଜାର ସମର୍ଥକ ଚନ୍ଦନେଶ୍ୱର ମନ୍ଦିର ବାହାରେ ଢାକ, ଢୋଲ ବାଦ୍ୟ ବଜାଇବା ସହିତ ସମର୍ଥକଙ୍କ ଜୟ ଶ୍ରୀରାମ ନାରାରେ ସ୍ବାଗତ କରିଥିଲେ। ସେଠାରୁ ବିଶାଳ ଶୋଭାଯାତ୍ରାରେ ବାଲେଶ୍ୱର ଅଭିମୁଖେ ଯିବା ବେଳେ ନଗୁଆଁ, ଜଳସୋହରିଆ, ଚୌକି, ମଟେଇବାଡ଼, ଥାନାଛକ, ଦାରୁହା, ବାଉଁଶଡିହା, ବାରମାଇଲ, କମର୍ଦ୍ଦା ଓ ନହରା ଛକଗୁଡିକରେ ସମର୍ଥକ ଓ ଶୁଭେଚ୍ଛୁମାନେ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

ଭାଜପାର ବରିଷ୍ଠ ଓ ବଳିଷ୍ଠ ନେତା ସୁନୀଲ କୁମାର କର, ସଞ୍ଜୀବ କୁମାର ସାହୁ, ରାଧାକାନ୍ତ ପ୍ରଧାନ, ଅମଳେନ୍ଦୁ ଦାସ, ଭବଶଙ୍କର ମହାନ୍ତି, କ୍ୟାପଟେନ ଅଶୋକ କୁମାର ଦାସ, ଗୋପାଳ ଚନ୍ଦ୍ର ପଣ୍ଡା, ଦିଲୀପ କାମିଳା, ନୀଳକଣ୍ଠ ଘୋଷ, ଶକ୍ତିପଦ ପାଣ୍ଡେ, ରବୀନ୍ଦ୍ର ଜେନା, ସୁଭାଷ ଚାନ୍ଦ, ଭାଗୀରଥ ପୁଷ୍ଟି, ସନ୍ତୋଷ ଗିରିଙ୍କସହିତ ୬ ମଣ୍ଡଳ ସଭାପତି, ୫୦ ପଞ୍ଚାୟତର ଛାମୁଆ ନେତାମାନେ ପ୍ରାର୍ଥୀଙ୍କ ନାମାଙ୍କନରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri