କାବୁଲରେ ପୁଣି ବିସ୍ଫୋରଣ

କାବୁଲ,୨୩।୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବିସ୍ଫୋରଣ ଘଟିଛି। ୱାଜିର ମହମ୍ମଦ ଆକବର ଖାନ ମସ୍‌ଜିଦ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି ଶକ୍ତିଶାଳୀ ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆକାଶ ଉପରକୁ ଧୂଆଁମାନ ଦେଖାଯାଇଥିଲା। ସୂଚନଯୋଗ୍ୟ, ଶୁକ୍ରବାର ଲୋକମାନେ ନମାଜ ପାଠ ସାରି ମସ୍‌ଜିଦରୁ ବାହାରକୁ ଆସୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ କୌଣସି କ୍ଷୟକ୍ଷତି କିମ୍ବା ହତାହତ ନେଇ ସୂଚନା ମିଳିନାହିଁ। ଗତ କିଛି ମାସ ମଧ୍ୟରେ ଏପରି ଅନେକ ଘଟଣା ଘଟିଛି, ଯେଉଁଠାରେ ଆଫଗାନିସ୍ତାନ ସହରକୁ ସ୍ଥାନୀୟ ଇସ୍‌ଲାମିକ ରାଜ୍ୟ ଗୋଷ୍ଠୀ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି। ଗୁରୁବାର ମଧ୍ୟ କାବୁଲରେ ଏକ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ଜଣ ଆହତ ହୋଇଥିଲେ।

 

Share