Categories: ଜାତୀୟ

ଗୋଗୋଇଙ୍କ ବିରୋଧରେ ମକଦ୍ଦମା ପାଇଁ ଅନୁମତି ଦେଲେନି ଏଜି

ନୂଆଦିଲ୍ଲୀ, ୨୮।୨: ସର୍ବୋଚ୍ଚ ନ୍ୟାୟାଳୟ ବିରୋଧରେ ମନ୍ତବ୍ୟ ଦେଇଥିବା ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ରାଜ୍ୟ ସଭା ସଦସ୍ୟ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଅଦାଲତ ଅବମାନନା ମକଦ୍ଦମା ଚଳାଇବା ପାଇଁ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ସିଜେଆଇ କହିଥିଲେ, ଦେଶର ନ୍ୟାୟପାଳିକା ଭୁଶୁଡ଼ିବା ଅବସ୍ଥାରେ। ତେଣୁ ଜଣେ ବ୍ୟକ୍ତି ଠିକ୍‌ ସମୟରେ ନ୍ୟାୟ ପାଇବା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ସେ କହିଥିଲେ। ଗୋଗୋଇଙ୍କ ଏଭଳି ମନ୍ତବ୍ୟ ଲାଗି ତାଙ୍କ ବିରୋଧରେ କଣ୍ଟେପ୍ଟ ପ୍ରୋସିଡିଂ ପାଇଁ ସାମାଜିକ କର୍ମୀ ସାକେତ୍‌ ଗୋଖଲେ ଆଟର୍ନି ଜେନେରାଲଙ୍କ ଅନୁମତି ଲୋଡ଼ିଥିଲେ।

Share