ପୁଣି ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୪୦୦୦ ଟପିଲା…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଲଗାତାର ୩ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ରହିଛି। ଗୁରୁବାର ଏହା ୪ ଲକ୍ଷ ୧୨ ହଜାର ଥିବାବେଳେ ଶୁକ୍ରବାର ୪ ଲକ୍ଷ ୧୪ ହଜାର ରହିଥିଲା। କରୋନା ପୁଣି ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧ ହଜାର ୭୮ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୪୧୮୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଇତି ମଧ୍ୟରେ ଦେଶରେ ୩୦ କୋଟି ୪ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୧୬ କୋଟି ୭୩ ଲକ୍ଷ ୪୬ ହଜାର ୫୪୪ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି।

Share