ପୁଣି ବାହାନଗା ଷ୍ଟେଶନରେ ସିବିଆଇ ଟିମ୍‌

ବାଲେଶ୍ୱର ଅଫିସ,୭ା୬: ବାହାନଗା ରେଳ ଷ୍ଟେଶନରେ ବୁଧବାର ପୁଣି ସିବିଆଇ ଟିମ୍‌ ପହଞ୍ଚିଛି। ମଙ୍ଗଳବାର ଦିନ ଓ ରାତି ଦୁର୍ଘଟଣାସ୍ଥଳ ସମେତ ବାହାନଗା ଷ୍ଟେଶନରେ ଟିମ୍‌ ଯାଞ୍ଚ କରିଥିବା ବେଳେ ଆଜି ପୁଣି ବାହାନଗାରେ ଜୋରଦାର ତନାଘନା କରିଛି ସିବିଆଇ। ଷ୍ଟେଶନ ମାଷ୍ଟର ଓ ଗାର୍ଡଙ୍କୁ ପଚରାଉଚରା କରାଯିବା ସହ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରିଛି। ଦୁର୍ଘଟଣା କିପରି ଘଟିଥିଲା ସମସ୍ତ ଦିଗକୁ ନଜରରେ ରଖି ତଦନ୍ତ କରୁଛି ସିବିଆଇ।

Share